ଆଜି ଓଡିଶା ବନ୍ଦ ,9.30ପୂର୍ବରୁ ଅଫିସ ରେ ପହଞ୍ଚିବାକୁ ସରକାରୀ ନିର୍ଦେଶନାମା

ଆଜି ଓଡିଶା ବନ୍ଦ I ‘ନବନିର୍ମାଣ କୃଷକ ସଂଗଠନ’ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରା କୁ ସରକାର ଙ୍କ ପକ୍ଷରୁ ଚେତାବନୀ ଦିଆଯାଇ କୁହାଯାଇଥିଲା କି ଆସନ୍ତାକାଲି ମାଟ୍ରିକ ପରୀକ୍ଷା ଥିବାରୁ ଏହି ବନ୍ଦ କୁ ସ୍ଥଗିତ ରଖାଯାଉ ପରୀକ୍ଷାର୍ଥୀ ଙ୍କ ପାଇଁ I ତେବେ ଏହାକୁ ସଂଗଠନ ସଂଯୋଜକ ଅକ୍ଷୟ କୁମାର ଖଣ୍ଡନ କରି କହିଛନ୍ତି ଯେ ମାଟ୍ରିକ ପରୀକ୍ଷା 22ତାରିଖ ରେ ହେଉଥିବାରୁ 21ରେ ବନ୍ଦ ଡାକରା ଦିଆଯାଇଛି

Iତାହାଛଡା ସକାଳ 9ରୁ ସନ୍ଧ୍ୟା 6ପର୍ଯ୍ୟନ୍ତ ଡାକରା ରହିଥିବାରୁ ଏହାପରେ 12ଘଣ୍ଟା ରହୁଛି ବିଭିର୍ଣ୍ଣ ପରୀକ୍ଷା କେନ୍ଦ୍ର ରେ ପ୍ରଶ୍ନପତ୍ର ପହଞ୍ଚାଇବାକୁ I ଏହାବ୍ୟତୀତ ପରୀକ୍ଷା ସହିତ ଜଡିତ ସମସ୍ତ ଯାନବାହାନ କୄ ବନ୍ଦ ଡାକାରାରୁ ବାଦ ଦିଆଯାଇଛି I ତେଣୁ ଚାଷୀଙ୍କ ଉପରେ ଏପରି ଧମକ ଠିକ ନୁହେଁ

I ରାଜ୍ୟରେ ଗଣତନ୍ତ୍ର ବଞ୍ଚାଇବାକୁ ଆସନ୍ତାକାଲି ବନ୍ଦ ପାଳନ କରାଯିବ I ତେବେ ବନ୍ଦ ପାଳନ ହେଉଥିବାରୁ ପ୍ରତ୍ୟକ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ତା କୁ ଆଖିଆଗରେ ରଖି ସଜାଗ ରହିବାକୁ ଜିଲ୍ଲାପାଳ ଙ୍କୁ ନିର୍ଦେଶ ଦିଆଯାଇଛି I ଏହା ସହିତ ପ୍ରତ୍ୟକ କର୍ମଚାରୀ ସାଢ଼େ ୯ଟା ସୁଦ୍ଧା ଅଫିସ୍ ରେ ପହଁଚିବା ପାଇଁ ସରକାରୀ ନିର୍ଦେଶନାମା ଦିଆଯାଇଛି I

ସୂଚନା ଥାଉ କି ଚାଷୀଙ୍କୁ ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନ୍‌ସନ୍ ଦାବି କରି ନବନିର୍ମାଣ କୃଷକ ସଂଗଠନବାରମ୍ବାର ଧାରଣା ଦେଉଥିଲେ ମଧ୍ୟ ସରକାର ତାଙ୍କ କଥା କୁ କର୍ଣ୍ଣପାତ କରୁନାହାନ୍ତି Iରାଜଧାନୀରେ ଚାଷୀଙ୍କୁ ପୁରାଇ ଦେଉନାହାନ୍ତି I ଶେଷରେ ବାଧ୍ୟ ହେଇ ସଂଗଠନ ତରଫରୁ ବନ୍ଦ ଡାକରା ଦିଆଯାଇଛି I

Leave a Reply

Your email address will not be published. Required fields are marked *