ଢେଙ୍କାନାଳ ର କଳିଙ୍ଗ ସୂତାକଳ ପୁନରୁଦ୍ଧାର ଦାବି କରି ପୂର୍ବତନ ବିଧାୟକ ନବୀନ ନନ୍ଦ ଙ୍କ ବିଶାଳ ଜନ ପ୍ରତିବାଦ ସଭା

ଆଜି ଗୋବିନ୍ଦପୁର କଳିଙ୍ଗ ସୁତ।କଳ ପୁନରୁଦ୍ଧାର ପାଇଁ ଏକ “ଜନ ପ୍ରତିବାଦ ସଭା” ତାଳବରକୋଟ ଠାରେ କଳିଙ୍ଗ ସୂତା କଳ ର ପୂର୍ବତନ ଶ୍ରମିକ ସଂଘ ର ଶ୍ରୀ ବିଶ୍ୱନାଥ ସାହୁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ମୁଖ୍ୟ ଅତିଥି ରୂପେ ଯୋଗଦନ କରି ଓଡିଶା ରେ ନାରୀ ଅତ୍ୟାଚାର, କୁନି କୁନି ଝିଅ ପିଲାଙ୍କୁ ଗଣ ଦୁଷ୍କର୍ମ ବିଗତ ଦେଢ଼ ମାସ ଭିତରେ ବଢି ଯାଇଛି ବୋଲି ମତବ୍ୟକ୍ତ କରି ଓଡିଶା ରେ ବେରୋଜଗାରି ,ଦୁର୍ନୀତି ସାଧାରଣ ଜୀବନ କୁ ଅସ୍ତବ୍ୟସ୍ତ କରି ସାରିଲାଣି ।

କଳିଙ୍ଗ ସୁତ।କ ଳ ର ପୁନରୁଦ୍ଧ।ର ଦାବି କୁ ସମର୍ଥନ ଜଣାଇ ସରକାର ହଜାର ହଜାର କୋଟି ଟଙ୍କା ବିଜ୍ଞାପନ ବାବଦ ରେ ଖର୍ଚ୍ଚ କରୁଥିଲେ ମଧ୍ୟ ମାତ୍ର ୧୦ ରୁ ୧୫ କୋଟି ଖର୍ଚ୍ଚ କଲେ ଏ ଅଂଚଳ ର ହଜାର ହଜ। ର ଯୁବକ କର୍ମ ନିଯୁକ୍ତି ପାଇପରନ୍ତେ ।ଏK ସରକାର ର ପରିବର୍ତନ ପାଇଁ ଲୋକ ମାନେ ମନ ବଳେଇ ସାରିଲେଣି ଓ ଆଗାମୀ ୨୦୧୯ ରେ ପରିବର୍ତନ ପାଇଁ ନବୀନ ନନ୍ଦ ଙ୍କୁ ସମର୍ଥନ ଦେବାକୁ ଅନୁରୋଧ କରିଥିଲେ ।

ମୁଖ୍ୟ ବକ୍ତା ଭାବେ ପୂର୍ବତନ ବିଧାୟକ କଳିଙ୍ଗ ସୁତା କଳ ତାଙ୍କ ବିଧାୟକତ୍ଵ ସମୟରେ ୨୦୦୧ମସିହାରେ ୧୯ମାସ ପାଇଁ ଚାଲିଥିଲେ ମଧ୍ୟ କାରଖାନା ମରାମତି ଅଭାବ ରୁ ୨୦୦୨ମସିହା ରେ ବନ୍ଦ ହୋଇଯାଇଥିଲା । ୨୦୦୩ ମସିହା ରେ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶରେ କ।ରଖାନା ର ମରାମତି ପାଇଁ ୧ କୋଟି୨୨ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁରୀ ହୋଇଥିଲେ ସୁଦ୍ଧା ତାହା ଖର୍ଚ୍ଚ ନହୋଇ ୨୦୦୪ମସିହାରେ ଫେରିଯାଇଥିଲା । ଆଗାମୀ ଦିନରେ କଳିଙ୍ଗ ସୁତାକଳ ର ପୁରୁଦ୍ଧ।ର ପାଇଁ ସଂଗ୍ରାମ ଜାରି ରହିବ ବୋଲି ଶ୍ରୀ ନନ୍ଦ ମତ ବ୍ୟକ୍ତ କରିଥିଲେ ।

ସେହିପରି ଭାବରେ ଗୋବିନ୍ଦ ପୁର ଠାରେ ୨୦୧୩ ମସିହାରୁ ନିର୍ମିତ “ଆମ୍ବ ହବ ” ଟି ୧୪ କୋଟି ଟଙ୍କା ଖର୍ଚ୍ଚ ହୋଇ ନିର୍ମିତ ହୋଇଥିଲେ ମଧ୍ୟ ତାହା ୨୦୧୫ ମସିହାରୁ ସରକାର ଙ୍କ ସମନ୍ୱୟ ଅଭାଵ ରୁ ଅକାମି ହୋଇ ପଡିରହିଛି । ସେହିପରି ଭାବେ ଶଙ୍କର ପୁର ଠାରେ “ଶୀତଳ ଭଣ୍ଡାର”ନିର୍ମାଣ ପାଇଁ ୧୦କୋଟି ଟଙ୍କା ମଞ୍ଜୁର ହୋଇଥିଲେ ମଧ୍ୟ ତାହା ଖର୍ଚ୍ଚ ହୋଇ ପାରୁନାହିଁ । ଢେ଼ଙ୍କାନାଳ ର ମୁଖ୍ୟ ଡାକ୍ତର ଖାନାରେ ୩୦ରୁ ଅଧିକ ଡାକ୍ତର ପଦବୀ ଖାଲିଥିବା ରୁ ଜନସାଧାରଣ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ।

ଏକ ବର୍ଷ ଧରି ଢେ଼ଙ୍କାନାଳ ଡାକ୍ତରଖାନା କୁ ୩୦୦ବେଡ଼ ମେଡିକାଲ ପାଇଁ ସରକାର ମଞ୍ଜୁର କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ କରାଯାଉନାହିଁ । ଉକ୍ତ ସଭାରେ ସ୍ନମ୍ମାନୀତ ଅତିଥି ଭାବେ ଗଂ ନ୍ଦି ଆ ବ୍ଲକ୍ ର ପୂର୍ବ ଅଧ୍ୟକ୍ଷ ଶ୍ରୀ ମଳୟ ସିଂ , ଭୁବନ ର ବରିଷ୍ଠ ଓକିଲ ଶ୍ରୀ ଅଲେଖ ତ୍ରିପାଠୀ,ହିନ୍ଦୋଳ ର ତ୍ରିନାଥ ବେହେରା , ଢେ଼ଙ୍କାନାଳ ମ୍ୟୁନିସପାଲିଟି ର ଉପାଧ୍ୟକ୍ଷ ସୁମିତ୍ରା ଭୋଇ, ସପ୍ତଶଯ୍ୟା ପଂଚାୟତ ର ସମିତି ସଭ୍ୟା ପୁଷ୍ପାଞ୍ଜଳି ବ।ଘ,ଶଙ୍କର ପୁର ପଂଚାୟତ ର ସମିତି ସଭ୍ୟା ସଙ୍ଘମିତ୍ରା ରାଉତ ,ଆଦିବାସୀ ନେତ୍ରୀ କୁନିଲତ। ଦେହୁରୀ ,ମଂଗରାଜ ବାରିକ ସଭାରେ ଉଦବୋଧନ ଦେଇ ଥିଲେ । ଉକ ସଭାରେ ଢେ଼ଙ୍କାନାଳ ସଦର ଓ ଗ ନ୍ଦି ଆ ବ୍ଲକ୍ ରୁ ୫୦୦୦ ରୁ ଅଧିକ ଜନସାଧାରଣ ସଭାରେ ଯୋଗଦ।ନ କରିଥିଲେ ।

Leave a Reply

Your email address will not be published. Required fields are marked *