ପାକିସ୍ତାନ ଟିଭି ରେ ବ୍ରେକିଂ ନିଉଜ୍ ରେ ବିଜେଡ଼ି ବିଧାୟକ ଙ୍କ ସହିଦ୍ ଙ୍କ ପ୍ରତି ଅସମ୍ମାନ: ବିଜେଡ଼ି ବିଧାୟକ ଙ୍କ ପାଇଁ ଭାରତ ବଦନାମ୍

ବିଜେଡ଼ି ନେତା ଙ୍କ କର୍ମ ଏବେ ଶତ୍ରୁ ଦେଶ ରେ ଗୁଞ୍ଜରିତ ହେଉଛି। ଶହିଦ ଙ୍କ ପରିବାର ପ୍ରତି କଟକ ବାରବାଟି ବିଧାୟକ ଙ୍କ ଅଶାଳୀନ ବ୍ୟବହାର ଏବେ ପାକିସ୍ତାନୀ ଟିଭି ର ମୁଖ୍ୟ ବିଷୟ ପାଲଟିଛି।

ପୁଲୱାମା ଆତଙ୍କବାଦୀ ହମଲା ରେ ଶହିଦ ହୋଇଥିବା କଟକ ର ମନୋଜ ବେହେରା ଙ୍କ ଶେଷକୃତ୍ୟ ସମୟରେ ଦେବାଶିଷ ସାମନ୍ତରାୟ ଶହିଦ ଙ୍କ ଦାଦା ଙ୍କୁ ଧକ୍କା ମାରିଥିବା ନେଇ ଭିଡ଼ିଓ ଭାଇରାଲ୍ ହୋଇଥିଲା। ଫେବୃଆରୀ ୧୬ ରେ ଏହି ଭିଡ଼ିଓ ସୋସିଆଲ ମିଡିଆରେ ଘୁରି ବୁଲିବା ପରେ ବିଭିନ୍ନ ମହଲ ରୁ ଦେବାଶିଷ ଙ୍କୁ କଡା ସମାଲୋଚନା କରାଯାଇଥିଲା।

ଶେଷରେ ୩ ଦିନ ପରେ ନିଜର କର୍ତ୍ତବ୍ୟ କୁ ବୁଝି ପାରି ଶହିଦ ଙ୍କ ପରିବାର କୁ କ୍ଷମା ମାଗିଥିଲେ ବିଜେଡି ନେତା ଦେବାଶିଷ। ଅନ୍ୟପଟେ ପୁଲୱାମା ମାମଲା ରେ ଭାରତ ପକାଇଥିବା ଚାପ ରେ ଚାପି ହୋଇଗଲାଣି ପାକିସ୍ତାନ। ଔଷଧ ବିକଳ ରେ ତାଟିଆ କାମୁଡିବା ନୀତି ଅପନାଉଚି ପାକିସ୍ତାନ। ଶହିଦ ଙ୍କ ପରିବାର କୁ ସମବେଦନା ଜଣାଇବା ତ ଦୂରର କଥା, ଭାରତ ର ଦୁର୍ଗୁଣ ଗାଇବାରେ ବ୍ୟସ୍ତ ପାକିସ୍ତାନୀ ନ୍ୟୁଜ୍ ଚ୍ୟାନେଲ।

ପାକିସ୍ତାନ ର ଏକ ଘରୋଇ ଚ୍ୟାନେଲ ଏବେ ବିଜେଡି ନେତା ଦେବାଶିଷ ଙ୍କ କାରନାମା କୁ ମୁଖ୍ୟ ମୁଦ୍ଦା କରି ଟିଆରପି ବଢ଼ାଇବାରେ ବ୍ୟସ୍ତ। ଯାହା ହେଉ ନା କାହିଁକି ପାକିସ୍ତାନ ବି ବିଜେଡି ନେତା ଙ୍କ ପରି ଅଶାଳୀନ ବ୍ୟବହାର କୁ ନିନ୍ଦା କରୁଛି।

Leave a Reply

Your email address will not be published. Required fields are marked *