ତଣ୍ଟିଆ ମାରିବା ପରେ ଏବେ କହିଲେଣି ସହିଦ ଙ୍କ ଦାଦା ଜୁଏଲ ଙ୍କୁ ଧକା ମାରୁଥିଲେ ବୋଲି ମୁଁ ଟାଣିଆଣିଲି

ସହିଦ ମନୋଜ ବେହେରା ଙ୍କ ଅନ୍ତିମ ଯାତ୍ରାରେ ଦାଦା ଚୈତନ୍ୟ ବେହେରା ଙ୍କୁ ବିଧାୟକ ତଣ୍ଟିଆ ମାରିବା ଘଟଣାରେ ଏବେ ଆଉ ଜାତୀୟ ସ୍ତର ରେ ନୁହେଁ ଅନ୍ତର୍ଜାତୀୟ ଯଥା ପାକିସ୍ତାନ ରେ ଭିଡିଓ ପ୍ରସାରଣ କରାଯାଇଛି I ପାକିସ୍ତାନ ଗଣମାଧ୍ୟମ କହିଛି କି ଭାରତ କୁମ୍ଭୀର କାନ୍ଦଣା କାନ୍ଦୁଚି ନଚେତ ସହିଦ ଙ୍କ ପରିବାରକୁ କିଏ କଣ ଏମିତି ତଣ୍ଟିଆ ମାରେ I ବିଧାୟକ ଙ୍କ ସହିଦ୍ ଙ୍କ ପ୍ରତି ଅସମ୍ମାନ କୁ ନିଜର ମୁଖ୍ୟ ମୁଦ୍ଦା କରିଛି ପାକିସ୍ତାନ ଗଣମାଧ୍ୟମ I

ବିଧାୟକ ଙ୍କ ପାଇଁ ପାଇଁ ଭାରତୀୟ ଙ୍କ ଦେଶ ପ୍ରେମ ଉପର ପ୍ରଶ୍ନ ଉଠାଇଛି ପାକ ଗଣମାଧ୍ୟମ I ତେବେ ପାକିସ୍ଥାନ ରେ ଖ୍ଜ଼ବାର`ଖବର ପ୍ରସାରଣ ପରେ ପୁଣି ଥରେ କ୍ଷମା ମାଗିଛନ୍ତି ଦେବାଶିଷ ଏବଂ କହିଛନ୍ତି କି ସହିଦ ଙ୍କ ଦାଦା ଉପାସ୍ଥିତ ଥିବା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଙ୍କୁ ଧକ୍କା ମାରିବାରୁ ମୁଁ ଟାଣିଆଣି ବସାଇଦେଇଥିଲି I କିନ୍ତୁ ଦୁଇଦିନ ତଳେ ନିଜେ ବିଧାୟକ କହିଥିଲେ କି ସେ ସହିଦ ଙ୍କ ଦାଦା ବୋଲି ଜାଣିନଥିଲେ ଅଜାଣତରେ ତଣ୍ଟିଆ ମାରିଦେଇଥିଲେ ,ଆଜି କିନ୍ତୁ ନିଜ କଥା ଦୋହରାଇଛନ୍ତି I

ଭାଇରଲ ଭିଡିଓ କୁ ଦେଖିଲେ ବି ସ୍ପଷ୍ଟ ଭାବରେ ଜଣାପଡୁଛି ଯେ ବିଧାୟକ ଦେବାଶିଷ ସହିଦ ଙ୍କ ଦାଦାଙ୍କୁ ଭିଡି ଆଣି ତଣ୍ଟିଆ ମାରି ତଳେ ବସାଇଦେଉଛନ୍ତି I ତେବେ ହଠାତ ତିନିଦିନ ପରେ ଘଟଣାରେ ଜୁଏଲ ଙ୍କୁ ଟାଣିବା ପରିସ୍ଥିତି କୁ ଗୋଳିଆ କରୁଥିବା ବେଳେ ବିଜେଡି ସୁପ୍ରିମ ଏ ପର୍ଯ୍ୟନ୍ତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେବା ସବୁମହଲରୁ ସମାଲୋଚନା କରାଯାଉଛି I

Leave a Reply

Your email address will not be published. Required fields are marked *