ଯଦି ଅଭିଜିତ କ୍ଷମା ମାଗି ଗିରଫ ହେଇଥିଲେ ଓଡ଼ିଶାର ନାଁ ପକାଇଥିବା ଦେବାଶିଷ କାହିଁକି ଗିରଫ ହେବେନି :ଦାମ ରାଉତ

ସବୁଆଡେ ଗୋଟିଏ ଚର୍ଚା I ବିଧାୟକ ଦେବାଶିଷ ସାମନ୍ତରାୟ ଙ୍କ ସହିଦ୍ ଙ୍କ ପ୍ରତି ଅସମ୍ମାନ I କଥା କଟକ ରୁ ଯାଇ ପାକିସ୍ତାନ ର ବ୍ରେକିଙ୍ଗ ନିଉଜ ହେଲାଣି I ବିଧାୟକ ଙ୍କ ପାଇଁ କେବଳ ଓଡିଶା ନୁହେଁ ସବୁ ଭାରତୀୟ ଙ୍କ ଉପରେ ପ୍ରଶ୍ନ ଉଠାଇଛି ପାକ ମିଡ଼ିଆ I ଭାରତୀୟ ଙ୍କ ଦେଶ ପ୍ରେମ କେବଳ କୁମ୍ଭୀର କାନ୍ଦଣା ବୋଲି କହିଛି ପାକ ମିଡ଼ିଆ ,ଆଉ ପ୍ରମାଣ ଭାବରେ ଦେଖାଇଛି ଓଡ଼ିଶାର ବିଧାୟକ ଙ୍କ ସହିଦ୍ ଙ୍କ ଦାଦାଙ୍କୁ ତଣ୍ଟିଆ ମରାର ଭିଡିଓ I

ତେବେ କଥା ଉଠୁଛି ବିଧାୟକ ଙ୍କ ପାଇଁ ପ୍ରତିଟି ଭାରତୀୟ ଙ୍କ ଉପରେ ପ୍ରଶ୍ନ ଉଠିଥିବା ବେଳେ ଘଟଣାର 15ଘଣ୍ଟାରୁ ଉର୍ଧ ବିତିସାରିଥିବା ବେଳେ ସୁପ୍ରିମ ନବୀନ ପଟନାୟକ କୌଣସି ପ୍ରତିକ୍ରିୟା ନରଖିବା I ଅନ୍ୟପକ୍ଷରେ ବଳିଷ୍ଠ ନେତା ଦାମୋଦର ରାଉତ କହିଛନ୍ତି କି ଏହି ଘଟଣାରେ ଦେବାଶିଷ ଙ୍କୁ ତୁରନ୍ତ ଗିରଫ କରାଯିବା କଥା I ଯଦି ଓଡିଶା ର ସଂସ୍କୃତି ପ୍ରତି କଟାକ୍ଷ କରି ପରେ କ୍ଷମା ମାଗିଥିଲେ ମଧ୍ୟ ସାମ୍ୱାଦିକ ଅଭିଜିତ ଆୟର ମିତ୍ର ଗିରଫ ହେଇ ଜେଲ୍‌ ଯାଇଥିଲେ ତେବେ ଓଡିଶାକୁ ଅନ୍ତର୍ଜାତୀୟ ସ୍ତରରେ ବଦନାମ କରିଥିବା ଦେବାଶିଷ ଙ୍କୁ କାହିଁକି ଗିରଫ କରାଯିବନାହିଁ ??

Leave a Reply

Your email address will not be published. Required fields are marked *