ପୁଣି ଏବର୍ଷ ପ୍ରଥମଦିନରୁ ମାଟ୍ରିକ୍ ମାତୃଭାଷା ପ୍ରଶ୍ନପତ୍ର ହ୍ବାଟସ୍‌ଆପ୍‌ରେ ଭାଇରାଲ

ପୁଣି ପଦାରେ ପଡିଲା ପରୀକ୍ଷା ପରିଚାଳନା ର ଅପାରଗତା I କାମ ଦେଲାନି ବିଭାଗୀୟ ଅଧିକାରୀ ଙ୍କ ନଜର I ପୂର୍ବବର୍ଷ ପରି ଏ ବର୍ଷ ମଧ୍ୟ ପ୍ରଥମ ଦିନରୁ ମାଟ୍ରିକ ପରୀକ୍ଷାର ମାତୃଭାଷା ର ପ୍ରଶ୍ନପତ୍ର ହ୍ବାଟସ୍‌ଆପ୍‌ରେ ଭାଇରଲ ହେଇଚି I ଭାଇରଲ ହେଇଥିବା ପ୍ରଶ୍ନପତ୍ର କନ୍ଧମାଳ ଜିଲ୍ଲାର କୁହାଯାଉଥିବା ବେଳେ କିଛି ଦାବି କରୁଛନ୍ତି ଯେ ଜୟପୁରର, ନୂଆପଡ଼ା ର ,ତେବେ ସଠିକ ଅଞ୍ଚଳ ର ଜଣାପଡ଼ିନଥିଲେ ମଧ୍ୟ ଭାଇରଲ ହେଇଥିବା କଥା ସତ iI ପରୀକ୍ଷା 10ଟାରେ ଆରମ୍ଭ ହେଇଥିବା ବେଳେ ସ୍କୁଲ ର ବାହାରେ ହ୍ବାଟସ୍‌ଆପ୍‌ରେ ରେ ପ୍ରଶ୍ନପତ୍ର ଘୁରି ବୁଲୁଛି I ତେବେ,ପ୍ରଶ୍ନପତ୍ର ଅସଲି କି ନକଲି ଜଣାପଡ଼ି ନଥିଲେ ମଧ୍ୟ ଏହା ଏ ଚଳିତ ବର୍ଷର ବୋଲି ଚର୍ଚା ହେଉଛି I

ଏନେଇ ବିଭାଗୀୟ ଅଧିକାରୀ କୌଣସି ବି ପ୍ରତିକ୍ରିୟା ରଖିନାହାନ୍ତି I ତେବେ ପ୍ରଥମ ଦିନରୁ ପ୍ରଶ୍ନପତ୍ର ଭାଇରଲ ହେବାପରେ ଆଗକୁ ଯେ କିପରି ସଠିକ ଭାବରେ ମାଟ୍ରିକ ପରୀକ୍ଷା ପରିଚାଳନା ହେବ ତାହା ଚିନ୍ତାରେ ପକାଇଛି I

Leave a Reply

Your email address will not be published. Required fields are marked *