ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ନାମରେ ଥାନାରେ ଏତଲା :ଗିରଫ ହେବେ ତ ?

ସବୁଆଡେ ଏବେ ବେସ ଚର୍ଚାରେ ଥିବା ବିଧାୟକ ଦେବାଶିଷ ସାମନ୍ତରାୟ ଶେଷରେ ପାକିସ୍ତାନ ରେ ମଧ୍ୟ ବ୍ରେକିଙ୍ଗ ନିଉଜ ରେ ମୁଖ୍ୟ ଖବର ଭାବରେ ପ୍ରକାଶ ପାଇଲେ I ଭାରତୀୟ ମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ଖୋଲାଖୋଲି କହିଲା ପାକ ମିଡ଼ିଆ ଆଉ ପ୍ରମାଣ ଭାବେ ଦେଖାଇଲା ବିଧାୟକ ଙ୍କ ସହିଦଙ୍କ ଦାଦାଙ୍କୁ ତଣ୍ଟିଆ ମରିବାର ଭିଡିଓ I ଏହାପରେ ସବୁଆଡୁ ଦେବାଶିଷ ଙ୍କୁ ନେଇ ଜୋରଦାର ସମାଲୋଚନା ସହିତ ନିନ୍ଦା କରାଯାଇଛି ଏବଂ ତାଙ୍କୁ ତୁରନ୍ତ ଦଳରୁ ବହିଷ୍କାର ପାଇଁ ନାରାବାଜି ପଡୁଛି I

ତେବେ ଏନେଇ ସୁଚନା ଅଧିକାର କର୍ମୀ ସୁବାଷ ମହାପାତ୍ର ଭୁବନେଶ୍ବର ଖଣ୍ଡଗିରି ଥାନାରେ ସହିଦ ଙ୍କ ପରିବାର ପ୍ରତି ଅସମ୍ମାନ ସହିତ ଓଡିଶାକୁ ଅନ୍ତର୍ଜାତୀୟ ସ୍ତରରେ ବଦନାମ କରିଥିବାରୁ ଦେବାଶିଷ ସାମନ୍ତରାୟଙ୍କ ନାଁରେ ଏତଲା ଦେଇଛନ୍ତି I ଯଦିଓ ଏନେଇ ବିଧାୟକ ଦୁଇଥର କ୍ଷମା ମାଗିସାରିଲେଣି ତଥାପି ତାଙ୍କୁ ଉଚିତ ଶାସ୍ତି ଦେବାକୁ ସବୁ ମହଲରୁ ଦାବି ହେଉଛି I

Leave a Reply

Your email address will not be published. Required fields are marked *