ସର୍ଭେ ସମୟରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ଭୋଟ୍ ବାକ୍ସ ଛଡାଇନେଲେ ,ଭୟଙ୍କର ପରିସ୍ଥିତି ସୃଷ୍ଟି ହେଇପାରେ ନିର୍ବାଚନ ପାଇଁ

ପାଖେଇ ଆସୁଛି ନିର୍ବାଚନ I ପ୍ରତିଟି ଦଳ ନିଜ ନିଜ ର ରଣକୌଶଳ ପ୍ରସ୍ତୁତ ରେ ବ୍ୟସ୍ତ I ତେବେ ଆଗାମୀ ନିର୍ବାଚନ 2019 ରେ ଓଡ଼ିଶାରେ କିଏ ଆସିବ ସରକାର କୁ ତାହାକୁ ନେଇ ଏବେଠୁ ଅଙ୍କକଷା ଆରମ୍ଭ ହେଇଗଲାଣି I ଏନେଇ ଏକ ଘରୋଇ ଗଣମାଧ୍ୟମ ନିଉଜ ସେଭେନ ଏକ ସର୍ଭେ କରିବାକୁ ପ୍ରତି ବ୍ଲକ ସ୍ତରରୁ କର୍ମୀଙ୍କ ମତାମତ ଭୋଟ ବାକ୍ସ ରେ ସଂଗ୍ରହ କରିବା ପାଇଁ ପ୍ରୟାସ କରିଛି I ଅଧିକାଂଶ ଅଂଚଳରେ ମଧ୍ୟ ଲୋକମାନେ ଘଟଣା ସ୍ଥଳରେ ପହଞ୍ଚି ନିଜର ମତାମତ ଦେଇ ଉତ୍ସାହିତ କରୁଥିବାର ଦେଖାଯାଉଛି

I ତେବେ ଯାଜପୁର ବରିରେ ଏହି ଟିମ୍ ସର୍ଭେ ପାଇଁ ମତାମତ ସଂଗ୍ରହ କରୁଥିବା ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ତୁ ତୁ ମେଁ ମେଁ ହେଇ ହାତାହାତି ହେଇଥିଲେ I ପରିସ୍ଥିତି ଉତ୍ତେଜନା ହେଇଥିଲା ଶେଷରେ ଏକ ଗୋଷ୍ଠୀ ମତାମତ ସଂଗ୍ରହ ହେଇଥିବା ବାକ୍ସ କୁ ନେଇ ଦୌଡ଼ି ପଳାଇଥିଲେ ତ ଆଉ କିଛି ସର୍ଭେ ରିପୋର୍ଟ କୁ ଚିରିଦେଇଥିଲେ I ଶେଷରେ ସର୍ଭେ କରୁଥିବା ଗଣମାଧ୍ୟମ ର ପ୍ରତିନିଧି ମାନେ ଜାଗା ଛାଡି ପଳାଇଥିଲେ I ତେବେ ଏହାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା I

ଯଦି ନିର୍ବାଚନ ପୂର୍ବରୁ ସର୍ଭେ ରେ ଏପରି ପରିସ୍ଥିତି ତେବେ ଆଗକୁ 2019ର ନିର୍ବାଚନ ରେ ପରିସ୍ଥିତି ବହୁ ଭୟଙ୍କର ହେଇପାରେ I କାହିଁକିନା ବିଜେଡି ବିଜେପି ମଧ୍ୟରେ କଡା ପ୍ରତିଦ୍ବନ୍ଦିତା ହେବାକୁ ଥିବାବେଳେ କଂଗ୍ରେସ ମଧ୍ୟ ପଛରେ ନାହିଁ I ତିନି ଦଳ କଳେବଳେ କୌଶଳେ କ୍ଷମତା କୁ ଆସିବାକୁ ଆପ୍ରାଣ ଉଦ୍ୟମ କରିବେ I

Leave a Reply

Your email address will not be published. Required fields are marked *