ଦି ଦିନ ତଳେ କହୁଥିଲେ ସେ ବଜେଇଦେବା ଲୋକ, ପୁଣି କହିଲେ ଦେବାଶିଷ ବାବୁ ଭଲ ଲୋକ ରଫାଦଫା ପାଇଁ ଦାଦାଙ୍କ ଉପରେ ପଡିଛି କି ଚାପ ???

ସୋସିଆଲ ମିଡ଼ିଆ ଠାରୁ ଆରମ୍ଭ କରି ଗାଁ ଖଟି ଯାଏଁ ସବୁଆଡେ ଗୋଟିଏ ଚର୍ଚା I ଦେବାଶିଷ ବାବୁଙ୍କ କାରନାମା I ସହିଦ ଙ୍କ ଦାଦାଙ୍କୁ ଏମିତି ବ୍ୟବହାର ଦେଖାଇଲେ ଯେ ଘଟଣା ଯାଇ ଏବେ ପାକିସ୍ତାନ ରେ ବ୍ରେକିଙ୍ଗ ନିଉଜ ହେଲା I ବିଧାୟକ ଙ୍କ ପାଇଁ ଓଡିଶା ବଦନାମ ହେଲା I ଓଡିଶା ନୁହେଁ ସାରା ଭାରତ ର ଦେଶ ପ୍ରେମ ଉପରେ ପ୍ରଶ୍ନ ଉଠାଇଲା ଶତୃଦେଶ ପାକିସ୍ତାନ I

ସହିଦ ମନୋଜ ବେହେରା ଙ୍କ ଦାଦାଙ୍କୁ ତଣ୍ଟିଆ ମାରିବା ଘଟଣାରେ ଶେଷରେ ବାଧ୍ୟ ହେଇ ଦୁଇ ଦୁଇ ଥର କ୍ଷମା ମାଗି ସାରିଲେଣି ବିଧାୟକ ଦେବାଶିଷ I ତାଙ୍କ ପାଇଁ ଓଡ଼ିଶାର ନା ବଦନାମ ହେଇଥିବାରୁ ଅଭିଜିତ ଆୟାର ଙ୍କ ପରି ତାଙ୍କୁ ମଧ୍ୟ ଗିରଫ ଦାବି କରିଛି ଉଭୟ କଂଗ୍ରେସ ଏବଂ ବିଜେପି I

ଏନେଇ ପ୍ରଥମେ ସୂଚନା ଅଧିକାରୀ କର୍ମୀ ସୁବାଷ ମହାପାତ୍ର ଖଣ୍ଡଗିରିରେ ବିଧାୟକ ଙ୍କ ନାମରେ ଏତଲା ଦେବାପରେ ବିଜେପି ପକ୍ଷରୁ କ୍ୟାପିଟାଲ ଥାନାରେ ଏବଂ କଟକ ବାଦାମବାଡ଼ି ଥାନାରେ କଂଗ୍ରେସ ଏତଲା ଦେଇଛନ୍ତି I

ତେବେ ଗତକାଲି ଘଟଣାରେ ଆସିଛି ନାଟକୀୟ ମୋଡ ସହିଦ ଙ୍କ ଦାଦା ଖୋଲିଛନ୍ତି ମୁଁହ I ଘଟଣାର ତିନିଦିନ ପରେ କହିଛନ୍ତି ଯେ ଦେବାଶିଷ ବାବୁ ଭାରି ଭଲ ଲୋକ I ତାଙ୍କୁ ତଣ୍ଟିଆ ମାରିନାହାନ୍ତି ବରଂ ତାଙ୍କୁ ଡାକି ବସାଇଦେଇଥିଲେ କିନ୍ତୁ ଭିଡିଓ ରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ବିଧାୟକ ତାଙ୍କୁ ଟାଣି ଆଣି ଯୋରରେ ଧକା ତଣ୍ଟିଆ ମାରି ବସାଇଦେଇଥିଲେ

I ଦୁଇଦିନ ତଳେ ମଧ୍ୟ ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମ କୁ ସହିଦ ଙ୍କ ଦାଦା କହିଛନ୍ତି ଯେ ଘଟଣା ସ୍ଥଳରେ ବିଧାୟକ ତାଙ୍କୁ ଭିଡି ଆଣି ବସାଇଦେଇଥିଲେ ସେ ବଜେଇଦେବା ଲୋକ କାହାକୁ ଛାଡ଼ିବେନି ,କିନ୍ତୁ ପୁତୁରା ତ ଆଉ ନାହିଁ ସେଥିପାଇଁ ଚୁପ ରହିଲେ I ଏହି ଘଟଣାରୁ ଜଣାପଡୁନି କି ଦାଦାଙ୍କୁ ଚାପ ପଡିଛି ବୟାନ ବଦଳାଇବାକୁ ? ଦି ଦିନ ତଳେ ବଜେଇଦେବାକୁ କହୁଥିବା ଦାଦା ଆଜି ଅକସ୍ମାତ ଭଲ କେମିତି କହିବେ ??

ନିକଟରେ ବି ବିଜେଡି ମୁଖପାତ୍ରସସ୍ମିତ ପାତ୍ର କହିଥିଲେ କି ଏହା ଭିତ୍ତିହୀନ ଏବଂ ଯଦି ତାଙ୍କ ପରିବାର ଲୋକ କିଛି କହୁନାହାନ୍ତି ବିରୋଧୀ ଅଯଥା ରାଜନୀତି କାହିଁକି କରୁଛି ? ତେବେ ଏସବୁ ଘଟଣାରୁ ଗୋଟିଏ କଥା ସ୍ପଷ୍ଟ ହେଇଗଲା ଯେ ଆଖି ଦେଖିଥିବା ଘଟଣା କୁ ବି ମିଛ ଭାବରେ ପ୍ରମାଣିତ କରାଯାଇପାରେ ଯାହା ସହିଦ ଙ୍କ ଦାଦାଙ୍କ କ୍ଷେତ୍ରରେ ଘଟିଲା I ଉପସ୍ଥାପନା :ଗୋପାଳ ଚନ୍ଦ୍ର

Leave a Reply

Your email address will not be published. Required fields are marked *