ପୁଲ୍‌ଓ୍ଵାମା ହାମ୍‌ଲାରେ ଜଣେ ସହିଦ ଙ୍କ ଅନ୍ତିମ ସଂସ୍କାର ପରେ ଯବାନ ଭିଡିଓ ଛାଡି କହିଲେ ମୁଁ ବଞ୍ଚିଛି I

42ବୀର ଯବାନଙ୍କ ସହିଦରେ ସାରା ଭାରତ ସ୍ତବ୍ଧ ହେଇଯାଇଥିବା ବେଳେ ଏବେ ଆସିଛି ଏକ ଚାଞ୍ଚଲ୍ୟକର ଘଟଣା Iସବୁଆଡେ ଶୋକର ଛାୟା ଖେଳୁଥିବା ବେଳେ ଚେନ୍ନାଇ ତାମିଲନାଡ଼ୁର ଜଣେ ସହିଦ ହେଇଯାଇଥିବା ଯବାନଙ୍କ ଭିଡିଓ ଏବେ ଚର୍ଚ୍ଚା ର ବିଷୟ ପାଲଟିଛି I14ତାରିଖ ର ସେହି କାଳରାତ୍ରିରେ ସହିଦ ହେଇଯାଇଥିବା 42ଯବାନ ଙ୍କ ମଧ୍ୟରେ ତାମିଲନାଡୁର ଦୁଇଜଣ ଥିଲେ I ତନ୍ମଧ୍ୟରୁ ଯବାନ ସୁବ୍ରମଣ୍ୟମ୍‌ ଙ୍କ ଘର କୋଭିଲପଟ୍ଟି ଗ୍ରାମରେ I

ସେ ଘରକୁ ପୋଙ୍ଗଲ ପର୍ବରେ ଯୋଗଦେଇ ଫେରୁଥିବା ସମୟରେ ପୁଲ୍‌ଓ୍ଵାମା ଆକ୍ରମଣରେ ସହିଦ ହେଇଯାଇଥିଲେ I ପରେ ସହିଦଙ୍କ ଶେଷ ସଲାମ ଦିଆଯାଇ ନିଜ ଗ୍ରାମରେ ଅନ୍ତିମ ସଂସ୍କାର କରାଯାଇଥିଲା।କିନ୍ତୁ ଘଟଣାର ସାତ ଦିନ ପରେ ଏବେ ସୁବ୍ରମଣ୍ୟମ୍‌ଙ୍କ ସହ ମିଶୁଥିବା ଜଣେ ଯୁବକ ନିଜର ଭିଡିଓ ଛାଡି ନିଜକୁ ସୁବ୍ରମଣ୍ୟମ୍‌ ବୋଲି ଦାବି ରହିଥିଲେ ବୋଲି ପ୍ରଶ୍ନ ଉଠିଛି I କରିଛନ୍ତି I ସେ ବଞ୍ଚିଛନ୍ତି ଏବଂ କାହିଁକି ତାଙ୍କ ନାମ ସହିଦ କୁହାଯାଉଛି ବୋଲି ପ୍ରଶ୍ନ ଉଠାଇଛନ୍ତି I

ଭିଡିଓ ଦେଖିବା ପରେ ଘର ଲୋକଙ୍କ ଆଶା ବଢ଼ିଥିବା ବେଳେ ଏହାକୁ ନେଇ ଏବେ ଚର୍ଚା ଧରିଛି I ଯଦି ସେ ଜୀବିତ ଥିଲେ ତେବେ ଏତେ ଦିନ ପର୍ଯ୍ୟନ୍ତ କାହିଁକି ଚୁପ ରହିଥିଲେ I ଅପରପକ୍ଷରେ ଘଟଣାକୁ ନେଇ ତଦନ୍ତ ଜାରିରହିଛି ,ଯେ ଭିଡିଓ ଅସଲି ନା ନକଲି ଏବଂ ସତରେ ସେ ସହିଦ ହେଇଛନ୍ତି ନା ବଞ୍ଚିଛନ୍ତି I

Leave a Reply

Your email address will not be published. Required fields are marked *