ମଦ୍ୟପ ବରକୁ ବାହା ହେଲାନି ଝିଅ:ଶିଶୁପାଳ ହୋଇ ଫେରିଲା ବର

ମଦ୍ୟପ ବରର ହାତ ଧରିବାକୁ ମନା କଲା ମଙ୍ଗଳା କନ୍ୟା।ଶିଶୁପାଳ ହୋଇ ଫେରିଗଲା ବର।କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ୍ ବୁନ୍ଦେଲମାଲ୍ ଗ୍ରାମରେ ଘଟିଛି ଏପରି ଘଟଣା।ବିବାହ ବେଦୀରେ ମାତାଲ୍ ବରର ହାତ ଧରିବା ପାଇଁ ଝିଅ ମନା କରିଦେଇଥିଲା।ଶେଷରେ ନିରାଶ ହୋଇ ବର ଶିଶୁପାଳ ହୋଇ ଫେରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ଧର୍ମଗଡ ସହରର ତ୍ରିନାଥ ନାୟକଙ୍କ ପୁଅ ଅମିତ୍ ନାୟକଙ୍କ ସହିତ ବୁନ୍ଦେଲମାଲ୍ ଗ୍ରାମର ସଧର୍ମ ନାୟକଙ୍କ ଝିଅ ଦୀପାଞ୍ଜଳି ନାୟକଙ୍କ ଝିଅ ସହ ବାହାଘର ଠିକ୍ ହୋଇଥିଲା।ଗତ ଶୁକ୍ରବାର ରାତିରେ ଧର୍ମଗଡ ସହରରୁ ଅମିତଙ୍କ ବର ଯାତ୍ରୀ ବୁନ୍ଦେଲମାଲ୍ ଗ୍ରାମରେ ରାତି ସାଢ଼େ ଆଠଟା ରେ ପହଞ୍ଚିଥିଲେ।ବର ଯାତ୍ରୀ ଦଳ ସହ ବାଜା ବଜାଇ ବାଣ ଫୁଟାଇ ଶୋଭାଯାତ୍ରା କନିଆ ଘରେ ପହଞ୍ଚିଥିଲା।ହେଲେ ବର ଏମିତି ମାତାଲ୍ ଅବସ୍ଥାରେ ଥିଲା ଯେ ବାହା ବେଦୀରେ ଚେତା ଶୂନ୍ୟ ହୋଇପଡ଼ିଥିଲା।

ଏଭଳି କାରନାମା ଦେଖି ବିବାହ ବେଦୀରେ ହାତଗଣ୍ଠି ପଡ଼ିବା ପୂର୍ବରୁ କନ୍ୟା ମାତାଲ୍ ବର କୁ ବିବାହ କରିବାକୁ ରୋକଠୋକ ମନା କରିଦେଇଥିଲା।ବର ପକ୍ଷ ଲୋକ ଅନେକ ବୁଝାସୁଝା କରିବା ପରେ ମଧ୍ୟ ଝିଅ ବିବାହ ପାଇଁ ମନା କରିଦେଇଥିଲା।ବାଧ୍ୟ ହୋଇ ବର ଶିଶୁପାଳ ହୋଇ ଘରକୁ ଫେରିଥିଲା।ପୁଣିଥରେ ବର ପକ୍ଷ ଝିଅ ଘର ଯାଇ ଆପୋଷ ବୁଝାମଣା କରିବା ପାଇଁ ଚେଷ୍ଟା କରିଥିଲେ।ଗ୍ରାମରେ ସଭା ମଧ୍ୟ କରାଯାଇଥିଲା।ହେଲେ ସଭାରେ ଏମିତି ମଦୁଆ ବରକୁ ବାହା ହେବା ପାଇଁ ରାଜି ହୋଇ ନ ଥିଲା କନ୍ୟା।

Leave a Reply

Your email address will not be published. Required fields are marked *