ଲାଗୁ ହେଲା ପି ଏମ୍ କିସାନ୍ ସମ୍ମାନ ନିଧି ଯୋଜନା: ଆଜି ଠୁ ମିଳିଲା ଟଙ୍କା

ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଆଜି ଉତ୍ତରପ୍ରଦେଶର ଗୋରଖପୁର ରୁ କେନ୍ଦ୍ର ସରକାରଙ୍କ ମହତ୍ୱାକଂକ୍ଷୀ ଯୋଜନା ପ୍ରଧାନମନ୍ତ୍ରୀ କିସାନ୍ ସନ୍ମନିଧୀ ପିଏମ ଯୋଜନାର ଶୁଭାରମ୍ଭ କରିଛନ୍ତି।ଏହି ଯୋଜନାରେ କୃଷକଙ୍କୁ ତିନି କିସ୍ତିରେ ବାର୍ଷିକ ୬୦୦୦ ଟଙ୍କା ସହାୟତା ମିଳିବ।ଏହାଦ୍ବାରା କୃଷକ ଲାଭାନ୍ୟୁତ ହେବେ ବୋଲି ମୋଦି କହିଛନ୍ତି।ଗତ ବଜେଟରେ ଏ ନେଇ ଘୋଷଣା ହୋଇଥିବା ବେଳେ ଆଜିଠାରୁ ଏହାକୁ ଲାଗୁ କରାଯାଇଛି।ଫଳରେ ସରକାରଙ୍କୁ ଏହି ଯୋଜନା ବାବଦରେ ୭୫ ହଜାର କୋଟି ଟଙ୍କାର ଖର୍ଚ୍ଚ ସହିବାକୁ ପଡ଼ିବ।ଆଜି ଏକ କୋଟି କୃଷକଙ୍କୁ ପ୍ରଥମ କିସ୍ଥିରେ ୨୦୦୦ ଟଙ୍କା ମିଳିବ।

ଏହି ଟଙ୍କା ସିଧାସଳଖ କୃଷକଙ୍କ ଆକାଉଣ୍ଟ୍ କୁ ଯିବ।ଦେଶରେ ପାଖାପାଖି ୧୨ କୋଟି କୃଷକଙ୍କ ଖାତାରେ ଆଜି ଟଙ୍କା ଜମା ହେବ।ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଯୋଜନା ଦ୍ୱାରା ପ୍ରତିବର୍ଷ ୭୫ ହଜାର କୋଟି ଟଙ୍କା କୃଷକଙ୍କ ଖାତାରେ ସିଧାସଳଖ ପହଞ୍ଚିଯିବ।

Leave a Reply

Your email address will not be published. Required fields are marked *