ଫୁଲବାଣୀର ଓଡ଼ିଆ ପୁଅଙ୍କ ପ୍ରେମରେ ସ୍ୱିଡେନ୍‌ ଛାଡି ଚାଲିଆସିଲେ ବିଦେଶିନୀ କହିଲେ ଓଡ଼ିଆ ଙ୍କ ପ୍ରେମ ବହୁତ ସଚ୍ଚା

କୁହାଯାଏ ପ୍ରେମ ମାନେନା ବନ୍ଧ ବାଡ଼ I ଜାତି ଅଜାତି I ଯେ କୌଣସି ଜାତି ହେଉ ପଛେ ଥରେ ଯଦି ପୁଅ ଝିଅଙ୍କ ମନ ମିଶିଯାଏ ଏବଂ ପ୍ରେମ ହେଇଯାଏ ତେବେ ପ୍ରେମୀ ଯୁଗଳ ଙ୍କୁ ଅଲଗା କରିବା ଏତେ ସହଜ ନୁହେଁ I ପ୍ରେମ ପାଇଁ ସାତ ଦରିଆ ପାରି ହେଇ ଓଡିଶା ଆସିଛନ୍ତି ଜଣେ ବିଦେଶିନୀ ସ୍ୱିଡେନ୍‌ର ଯୁବତୀ Iସୂଚନା ଅନୁଯାଇ କନ୍ଧମାଳ ଫୁଲବାଣୀର ଆଜାରୁଦ୍ଦିନ ଗୋଆରେ ଏକ କମ୍ପାନୀରେ କାମ କରୁଥିଲେ I ୨୦୧୨ମସିହାରେ ସ୍ୱିଡେନ୍‌ର ଯୁବତୀ ଇମାଙ୍କ ସହିତ ସାକ୍ଷାତ ହେଇଥିଲା ଓଡ଼ିଆ ପୁଅଙ୍କର I ଦୁହେଁ ଦୁହିଁଙ୍କ ପ୍ରେମରେ ପଡିଯାଇଥିଲେ I ଏହାପରେ ନିଜ ବାସସ୍ଥାନ ସ୍ୱିଡ଼େନ ପଳାଇଥିଲେ ଈମା

Iପ୍ରଥମ ପ୍ରେମକୁ କି ଭୁଲିହେବ ?? ପ୍ରେମ ର ବିରହରେ ଆଜାରୁଦ୍ଦିନ ମଧ୍ୟ ଚାଲିଯାଇଥିଲେ ସ୍ୱିଡ଼େନ, ନିଜ ପ୍ରେମିକା ଙ୍କ ପାଖକୁ I ଓଡ଼ିଆ ପୁଅଙ୍କ ପ୍ରେମରେ ଦିୱାନା ହେଇଯାଇଥିଲେ ବିଦେଶୀନି I ସବୁଦିନ ପାଇଁ ଏକାଠି ରହିବାକୁ ନିଷ୍ପତି ନେଇ ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଚିନ୍ତା କରିଥିଲେ ଉଭୟ I

ଏହାପରେ ସ୍ୱିଡେନ୍‌ର ଯୁବତୀ ଓଡିଶା ଚାଲିଆସିଛନ୍ତି ନିଜ ପ୍ରେମିକ ପାଖକୁ ଏବଂ ଉଭୟ ବିବାହ କରିଛନ୍ତି I

Leave a Reply

Your email address will not be published. Required fields are marked *