ବିଜେଡି ର କେଉଁ କେଉଁ ନେତାଙ୍କ ଟିକେଟ କଟିବ ଘୋଷଣା ପୂର୍ବରୁ ଲିକ୍ :ଛାନିଆ ହେଲେଣି ନେତାଏ

ପାଖେଇ ଆସୁଛି ନିର୍ବାଚନ I ବିଜେଡି ରେ ଚାଲିଛି ଜୋରଦାର ପ୍ରସ୍ତୁତି କେଉଁ ନିର୍ବାଚନ ମଣ୍ଡଳୀ ରୁ କେଉଁ ନେତାଙ୍କୁ ବାଦ ଦିଆଯିବ ଏବଂ କେଉଁଠି ନୂଆ ମୁଂହ ଆସିଲେ ଦଳ ବିଜୟୀ ହେବ I ଏମିତିରେ ବି ଦଳ ଭିତରେ ଗୋଷ୍ଠୀ କନ୍ଦଳ ଅଧିକ ସମସ୍ୟା ସୃଷ୍ଟି କରିଛି I ତେବେ ବିଜେଡି ର ଆନୁଷ୍ଠାନିକ ଘୋଷଣା ପୂର୍ବରୁ କେଉଁ କେଉଁ ପ୍ରାଥୀ ଙ୍କୁ ଦଳ ଟିକେଟ ଦେବନି ତାହାର ଏକ ଅଡିଓ ଭାଇରଲ ହେଇଚି I ଅଡିଓ ଅନୁଯାଇ ଜଣେ ଆଉ ଜଣଙ୍କୁ ସମ୍ପୂର୍ଣ୍ଣ ଖବର ଜଣାଉଛନ୍ତି ଅତି ଦମ୍ଭର ସହିତ ଏବଂ ଅନ୍ୟଜଣେ ଏହାକୁ ଶୁଣି ନିଜର ପ୍ରତିକ୍ରିୟା ରଖିଛନ୍ତି I

ଅଡିଓ ଅନୁଯାଇ କଟକ ଜିଲ୍ଲାରୁ ପ୍ରଭାତ ତ୍ରିପାଠୀ, ପ୍ରମୋଦ ମଲ୍ଲିକ,ପ୍ରଭାତ ବିଶ୍ୱାଳ,ଜଗତସିଂହପୁର ଜିଲ୍ଲାରୁ ରାଜଶ୍ରୀ ମଲ୍ଲିକ ଙ୍କର ଟିକେଟ କଟିବା କୁହାଯାଉଥିବା ବେଳେ କେନ୍ଦ୍ରାପଡ଼ା ରୁ କିଶୋର ଚନ୍ଦ୍ର ତରାଇ, ବେଦପ୍ରକାଶ ଅଗ୍ରୱାଲ ଏବଂ ଯାଜପୁର ଜିଲ୍ଲାରୁ ଆକାଶ ଦାସ ନାୟକ ଙ୍କ ଟିକେଟ କଟିବା କୁହାଯାଇଛି I ସେହିଭଳି ପୁରୀ ରୁ ସୁରେନ୍ଦ୍ର ସେଠୀ,ଅନୁଗୁଳ ରୁ ବ୍ରଜକିଶୋର ପ୍ରଧାନ, ସଂଜୀବ ସାହୁ,ରଜନୀକାନ୍ତ ସିଂହ, ସୁଶାନ୍ତ ବେହେରା,
ଖୋର୍ଦ୍ଧା ରୁ ପ୍ରଶାନ୍ତ ଜଗଦ୍ଦେବ ,ଭାଗୀରଥି ବଡ଼ଜେନା, ବିଜୟ ମହାନ୍ତି , ପ୍ରିୟଦର୍ଶୀ ମିଶ୍ର, ନୟାଗଡ଼ ଜିଲ୍ଲାରୁ ଅନୁଭବ ପଟ୍ଟନାୟକ, ପୂର୍ଣ୍ଣଚନ୍ଦ୍ର ନାୟକ, ରବିନାରାୟଣ ମହାପାତ୍ର ଭଦ୍ରକ ଜିଲ୍ଲାରୁ ଯୁଗଳ କିଶୋର ପଟ୍ଟନାୟକ ଏବଂ ମୁକ୍ତିକାନ୍ତ ମଣ୍ଡଳ ଙ୍କର ଟିକେଟ ମିଳିବ ନାହିଁ ବୋଲି କୁହାଯାଇଛି I

ମୟୂରଭଞ୍ଜ ଜିଲ୍ଲାରୁ ସୁଦାମ ମାରାଣ୍ଡି, ପ୍ରବୀଣ କୁମାର ଭଞ୍ଜଦେଓ ଏବଂ ଗୋଲକ ବିହାରୀ ନାୟକ ଥିବାବେଳେ,କେଉଁଝର ରୁ ହୃଷିକେଶ ନାୟକ, ଅଭିରାମ ନାୟକ, ବେଦବ୍ୟାସ ନାୟକ ,ବାଲେଶ୍ୱର ଜିଲ୍ଲାରୁ ପଶୁର୍ରାମ ଧଡ଼ା ,ଅଶ୍ୱିନୀ ପାତ୍ର, ସୁକାନ୍ତ କୁମାର ନାୟକ ,ଜୀବନ ପ୍ରଦୀପ ନାୟକ, ମଧ୍ୟ ଏହି ତାଲିକାରେ ସାମିଲ ଅଛନ୍ତି I ସେହିଭଳି କଳାହାଣ୍ଡି ଜିଲ୍ଲାରୁ ଦିବ୍ୟଶଙ୍କର ମିଶ୍ର, ଅନାମ ନାୟକ, , ବଳଭଦ୍ର ମାଝୀ,ଗଞ୍ଜାମ ରୁ ଭି. ସୁଜ୍ଞାନୀ କୁମାରୀ ଦେଓ , ଦେବରାଜ ମହାନ୍ତି, ନନ୍ଦିନୀ ଦେବୀ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ,ଶ୍ରୀକାନ୍ତ ସାହୁ ପୂର୍ଣ୍ଣଚନ୍ଦ୍ର ସେଠୀ, ମାଲକାନାଗିରି ଜିଲ୍ଲାରୁ ମାନସ ମାଡ଼କାମୀ ଥିବାବେଳେକନ୍ଧମାଳ ଜିଲ୍ଲାରୁ ରାଜୀବ ପାତ୍ର ,ରାୟଗଡ଼ା ଜିଲ୍ଲାରୁ ତ୍ରିନାଥ ଗମାଙ୍ଗ

,ନବରଙ୍ଗପୁର ଜିଲ୍ଲାରୁ ସୁବାସ ଗଣ୍ଡ, ମନୋହର ରାନ୍ଧାରୀ ,ସୁନ୍ଦରଗଡ଼ ଜିଲ୍ଲାରୁ ସୁବ୍ରତ ତରାଇ ମଙ୍ଗଳା କିଶାନ, ଏବଂ ବଲାଙ୍ଗୀର ଜିଲ୍ଲାରୁ ଆୟୁବ ଖାଁ, ଯୋଗେନ୍ଦ୍ର ବେହେରା, ଟୁକୁନି ସାହୁ ଙ୍କ ଟିକେଟ କଟିଯାଇଛି I ତେବେ ଅଡିଓ ଭାଇରଲ ହେଉଥିବା ବେଳେ ନେତା ଙ୍କ ମନରେ ଛନକା ପଶିଚି କିନ୍ତୁ ଏହା କେତେ ସତ କିମ୍ବା ମିଛ ଜଣାପଡିନାହିଁ କିମ୍ବା ଦଳୀୟ ସ୍ପଷ୍ଟୀକରଣ ଦିଆଯାଇନାହିଁ I

Leave a Reply

Your email address will not be published. Required fields are marked *