ବିଜେଡି ବିଧାୟକ ଦେବାଶିଷ ଙ୍କୁ ବିରୋଧ,ଚାଷୀଙ୍କୁ ମାଡ ମାରି ଲହୁଲୁହାଣ କଲେ ବିଧାୟକ ଙ୍କ ସମର୍ଥକ

ପାଖେଇ ଆସୁଛି ନିର୍ବାଚନ I ନେତାମାନେ ଏବେ ଗାଁ ମୁଁହା I ଘନ ଘନ ଏବେ ଗାଁ କୁ ପାଦ ପଡୁଛି I ବାକି ରହିଯାଇଥିବା କାମର ସବୁ ଶିଳାନ୍ୟାସ ବି ପଡୁଛି I ତେବେ ଚାଷୀ ଙ୍କୁ ରାଜଧାନୀ ମନା କରାଯାଇଥିବା ଅଭିଯୋଗରେ ନେତାଙ୍କୁ ଗାଁ ରେ ପୁରାଇ ଦିଆଯିବ ନାହିଁ ବୋଲି ଆହ୍ୱାନ ଦେଇଥିଲା ନବ ନିର୍ମାଣ କୃଷକ ସଂଘ I ସେହିକ୍ରମରେ ଗତକାଲି ବରୀ ବିଧାୟକ ଦେବାଶିଷ ନାୟକ ଆଲିଆବାଦ ବ୍ଲକ ଗସ୍ତ କରିବା ସମୟରେ ତାଙ୍କୁ ଚାଷୀ ମାନେ ଗାଁ ରେ ପୁରାଇ ଦେଇନଥିଲେ I ନବ ନିର୍ମାଣ କୃଷକ ସଙ୍ଗଠନର ଶତାଧିକ ସଦସ୍ୟ ରାସ୍ତା ଅବରୋଧ କରି ବସି ରହିଥିଲେ Iତାଙ୍କର ଦାବି ପୂରଣ ପାଇଁ ଗୁହାରି କରାଇଥିଲେ ,ତେବେ ବିଧାୟକ ଙ୍କ ସମର୍ଥକ ମାନେ ବିରୋଧ କରୁଥିବା ଚାଷୀଙ୍କୁ ଗାଳି ଗୁଲଜ କରି ମାଡ ମାରିଥିବା ଅଭିଯୋଗ ହେଇଛ

ି Iବିଧାୟକ ଙ୍କ ସମର୍ଥକ ଙ୍କ ମାଡ଼ରେ ଜଣେ ଚାଷୀ ନେତା ଗୁରୁତର ହେଇ ହସ୍ପିଟାଲ ରେ ଭର୍ତି ହେଇଛନ୍ତି I ଏନେଇ ବିଧାୟକ କୌଣସି ପ୍ରତିକ୍ରିୟା ରଖିନାହାନ୍ତି I

Leave a Reply

Your email address will not be published. Required fields are marked *