ମହିଳା କମିଶନ ସଦସ୍ୟା ଙ୍କୁ ଅସମ୍ମାନ କରି ଗାଳିଗୁଲଜ କଲେ ବବି ଦାସ

ନିକଟରେ ମହିଳାଙ୍କୁ 33% ସରକ୍ଷଣ ର କଥା ଉଠାଇ ଜାତିସଂଘ ରୁ ପ୍ରସଂଶିତ ହେଇଥିବା ନବୀନ ଙ୍କ ନିଜ ଦଳରେ ମହିଳାଙ୍କ ପ୍ରତି ନାହିଁ ସମ୍ମାନ I ମହିଳାଙ୍କ କଥା ଛାଡ଼ନ୍ତୁ ଖୋଦ ମହିଳା କମିଶନର ସଦସ୍ୟା ବାଦ ପଡ଼ିନାହାନ୍ତି I ତାହା ପୁଣି ଦଳର ପାୱାରଫୁଲ ନେତା ବବି ଦାସ ଙ୍କ ଦ୍ୱାରା I

ଏନେଇ ଖୋଦ ମହିଳା କମିସନ ସଦସ୍ୟା ତିଳୋତ୍ତମା ନାୟକ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି I ନାରୀଙ୍କୁ ସମ୍ମାନ ର ଡିଣ୍ଡିମ ପିଟୁଥିବା ବିଜେଡି ଦଳ ର ଯୁବ ନେତା ତଥା ପ୍ରଣବ ପ୍ରକାଶ ଦାସ ଙ୍କ ଘରକୁ ଟିଲୋତ୍ତମା ଯାଇଥିବା ବେଳେ କିଛି ମହିଳା ଆଶାୟୀ ପ୍ରାଥୀ ଙ୍କୁ ବବି ଦାସ ଗାଳି ଦେଉଥିବାରୁ ମହିଳା କମିଶନ ସଦସ୍ୟା ଏହାକୁ ସହ୍ୟ କରିପାରିନଥିଲେ I ମହିଳାଙ୍କ ସୁରକ୍ଷା ପାଇଁ ଲଢ଼ୁଥିବା ଟିଲୋତ୍ତମା ଏହାକୁ ବିରୋଧ କରି କାହିଁକି ମହିଳାଙ୍କୁ ଗାଳି କଲେ ବୋଲି ପଚାରିବାରୁ ପ୍ରଣବ ତାଙ୍କୁ ମଧ୍ୟ ଗାଳି କରିଛନ୍ତି

I ଏନେଇ ଟିଲୋତ୍ତମା ମୁଖ୍ୟମନ୍ତ୍ରୀ ଙ୍କୁ ଅଭିଯୋଗ କରିବାକୁ ଯାଇଥିଲେ ମଧ୍ୟ ସାକ୍ଷାତ ପାଇନାହାନ୍ତି I ମହିଳାଙ୍କୁ ଅ ସମ୍ମାନ କରିଥିବା ବବି ଙ୍କ ବିରୁଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମହିଳା କମିଶନ ସଦସ୍ୟା ଅନୁରୋଧ କରିଛନ୍ତି I ଅପରପକ୍ଷରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ବବି ଦାସ I

Leave a Reply

Your email address will not be published. Required fields are marked *