ମୋଦି ନ ଜିତିଲେ ୫୦ ବର୍ଷ ପଛକୁ ଫେରିଯିବ ଦେଶ : ପ୍ରତିରକ୍ଷାମନ୍ତ୍ରୀ

ପାଖେଇ ଆସୁଛି ନିର୍ବାଚନ I ଦେଶରେ ମୋଦିଙ୍କ ଲୋକପ୍ରିୟତା ଥିଲେ ମଧ୍ୟ ପୂର୍ବାପେକ୍ଷା ସମର୍ଥନ ହାର କମିଛି I ନିକଟରେ ମଧ୍ୟ ମୋଦି ମ୍ୟାଜିକ କାମ ଦେଇନି ଛତିଶଗଡ଼ ,ରାଜସ୍ତାନ ମଧ୍ୟପ୍ରଦେଶ ରେ I ବିଜେପି ଗଡରେ ଧସେଇ ପଶିଚି କଂଗ୍ରେସ I ଏ ପରିପ୍ରେକ୍ଷୀରେ ଆଗାମୀ ନିର୍ବାଚନ ରେ ମୋଦିଙ୍କ ମ୍ୟାଜିକ କେତେ କାମ ଦେବ ତାହା ଉପରେ ସମସ୍ତଙ୍କ ନଜର ରହିଛି I ଏପରିକି ବିଭିର୍ଣ୍ଣ ଏକ୍‌ଜିଟ୍‌ ପୋଲ୍‌ର ସର୍ଭେ ଅନୁଯାଇ ପୂର୍ବଥର ଅନୁଯାଇ ଏଥରକ ବିଜେପି ହାତରୁ ବହୁ ଆସନ ଖସିଯାଇପାରେ। ତେବେ ଏପରି ପରିସ୍ଥିତିରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସିଥାରମଣ ଏକ ସମାବେଶରେ କହିଛନ୍ତି କି ପୂର୍ବଥର ଭଳି ଏଥର ମଧ୍ୟ ମୋଦି ପ୍ରଧାନମନ୍ତ୍ରୀ ହେବା ଦରକାର I

କାହିଁକିନା ଏଥରକ ଯଦି ମୋଦି ପ୍ରଧାନମନ୍ତ୍ରୀ ନହୁଅନ୍ତି ତେବେ ୫୦ ବର୍ଷ ତଳକୁ ଫେରିଯିବ ଦେଶ I ମୋଦିଙ୍କ 5ବର୍ଷ ପାଳିରେ ଯେତେସବୁ ବିକାଶ କରିଛନ୍ତି ତାହା ଉଲ୍ଲେଖଯୋଗ୍ୟ ,ଭାରତର ବିକାଶ ରେ ମୋଦିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *