ସୁଧୁରି ଯାଅ ନ ହେଲେ ସୁଧାରି ଦେବୁ ପାକିସ୍ତାନ କୁ ସେହ୍ବାଗ ଙ୍କ କଡା ଚେତାବନୀ

40 ସହିଦଙ୍କ ପ୍ରତି ଜବାବରେ 300 ଆତଙ୍କୀ ଙ୍କ ମୁଣ୍ଡ ଗଡ଼ାଇ ଥିବା ଭାରତୀୟ ବାୟୁସେନା ର ଚାରିଆଡେ ପ୍ରସଂଶା ହେବାରେ ଲାଗିଛି I ସକାଳୁ କେହି ଉଠିବା ପୂର୍ବରୁ ପାକିସ୍ତାନ ରେ ଭାରତୀୟ ବାୟୁସେନା ରଚିଥିଲା ବୋମାର ତାଣ୍ଡବ I 1000କିଲୋ ବୋମା ପକାଇ 300 ଆତଙ୍କବାଦୀ ଙ୍କୁ ଧ୍ବଂସ ସହିତ ଶିବିର ଗୁଡାକ ମଧ୍ୟ ବିନାଶ କରିଛି I ସବୁଆଡେ ଏବେ ଗୋଟିଏ କଥା ପ୍ରତିଶୋଧ ନେଇଛି ଭାରତ I ଅବଶ୍ୟ ଏହାକୁ ଅସ୍ବୀକାର କରି ପାକିସ୍ତାନ କହିଛି ଯେ ଭାରତୀୟ ସେନା ସୀମା ପାରହେବାପରେ ପାକ ସେନା ଆକ୍ରମଣ କରିବାରୁ ସେ ଛାଡି ପଳାଇଛନ୍ତି I ତେବେ ଏହି କ୍ଷେତ୍ରରେ ପାକିସ୍ତାନ କୁ କଡା ଜବାବ ଦେଇଛନ୍ତି କ୍ରିକେଟର ବିରେନ୍ଦ୍ର ସେହ୍ବାଗ I

ଆତଙ୍କବାଦୀ କୁ ସମର୍ଥନ କରିବା ବହୁତ ମହଂଗା ପଡିବ ପାକିସ୍ତାନ କୁ Iସମୟ ଥାଉ ଥାଉ ସୁଧୁରିଯାଅ ନଚେତ ତମକୁ ସୁଧାରି ଦେବୁ I ସ୍ବେହାଗ ଙ୍କ ଏହି ଡାଇଲଗ ଏବେ ସବୁଆଡେ ଚର୍ଚା ହେବାରେ ଲାଗିଛି I ସମସ୍ତଙ୍କର ମୁଁହରେ ଗୋଟିଏ କଥା ପାକିସ୍ତାନ ସୁଧୁରିଯାଅ ନଚେତ ଭାରତ ସେନା ତୁମକୁ ସୁଧାରିଦେବ I

Leave a Reply

Your email address will not be published. Required fields are marked *