ପାକିସ୍ତାନରେ ଚାଲିବନି କୌଣସି ବି ଭାରତୀୟ ସିନେମା : ରୋକ୍ ଲଗାଇଲା ପାକିସ୍ଥାନ ସୂଚନା ଓ ପ୍ରସାରଣ ମନ୍ତ୍ରାଣାଳୟ

ଭାରତୀୟ 40ଯବାନଙ୍କ ସହିଦ ରେ ଭାରତୀୟ ବାୟୁସେନା ପାକିସ୍ତାନ ଅଧିକୃତ ଅଂଚଳରେ ଧସେଇ ପସି 1000କିଲୋ ଓଜନର ବୋମା ପକେଇ 300ରୁ ଉର୍ଧ ଆତଙ୍କବାଦୀ ଙ୍କୁ ନିପାତ କରିବା ପରେ ଏବେ ପାକିସ୍ତାନ ର ମୁଣ୍ଡବ୍ୟଥା ହେବାରେ ଲାଗିଲାଣି I ପ୍ରତିଶୋଧ ନେବାକୁ ରକ୍ତଚାଉଳ ଚୋବାଉଛି ପାକିସ୍ତାନ I

ସIମ୍ନାସାମ୍ନି ଭାରତ ସହିତ ମୁକାବିଲା କରିବାରେ ପାକିସ୍ତାନ ସଫଳ ହେବନାହିଁ ତେଣୁ କୂଟନୀତି ଆପଣେଇବାକୁ ଚାଁହୁଛି ପାକିସ୍ତାନ I ଭାରତ ଉପରେ ରାଗ ସୁଝାଇବାକୁ ଭାରତୀୟ ସିନେମା ଉପରେ ଅଙ୍କୁଶ ଲାଗିଛି ପାକିସ୍ତାନ I ନିଜ ଦେଶରେ କୌଣସି ବି ଭାରତୀୟ ସିନେମା ପ୍ରଦର୍ଶିତ ହେବନି କି ଚାନେଲ ରେ ମଧ୍ୟ ପ୍ରସାରଣ କରାଯିବ ନାହିଁ ଏନେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଫାଓଦ ଚୌଧୁରୀ ସୂଚନା ଦେଇଛନ୍ତି । ତେବେ ଏକଥା ଜଣାପଡିବା ପରେ ଭାରତୀୟ ଫିଲ୍ମ ନିର୍ମାତା ମାନେ ମଧ୍ୟ ପାକିସ୍ତାନ ରେ କୌଣସି ସିନେମା ମୁକ୍ତିଲାଭ କରେଇବେନି ବୋଲି ଚିନ୍ତା କରୁଥିବା ଜଣାପଡିଛି I

Leave a Reply

Your email address will not be published. Required fields are marked *