ପୁରୀରେ ମହେଶ୍ୱର ଙ୍କ ବିରୁଧରେ ଲଢ଼ିବେ ମହେଶ୍ୱତା

ରାଜ୍ୟର 147 ନିର୍ବାଚନ ମଣ୍ଡଳୀ ମଧ୍ୟରୁ ପୁରୀ ସ୍ୱତନ୍ତ୍ର I ବିଶ୍ୱ ଐତିହ୍ୟ ରେ ସ୍ଥାନ ପାଇଥିବା ପ୍ରଭୁ ଜଗନ୍ନାଥ ଧାମରେ ସବୁ ଦଳ ନିଜର କାୟା ବିସ୍ତାର କରିବାକୁ ଉଦ୍ୟମ କରୁଥିଲେ ମଧ୍ୟ ସାଶକ ଦଳ ବିଜେଡି କବ୍ଜାରେ ରହିଆସିଛି ଏହି ନିର୍ବାଚନ ମଣ୍ଡଳୀ I ଲୋକପ୍ରିୟତାରେ ବରିଷ୍ଠ ନେତା ମହେଶ୍ୱର ମହାନ୍ତି ଙ୍କ ସମକକ୍ଷ ଏ ପର୍ଯ୍ୟନ୍ତ ଅନ୍ୟ ନେତା ମାନେ ହେଇପାରିନାହାନ୍ତି Iତେବେ ମହେଶ୍ୱର ଙ୍କ କାର୍ଯ୍ୟକାଳ ମଧ୍ୟରେ ଅନେକ ଅସନ୍ତୋଷ ଦେଖାଯାଇଛି ବାଧ୍ୟବାଧକତା ରେ କୌଣସି ବିକଳ୍ପ ନଥିବାରୁ ଜନସାଧାରଣ ମହେଶ୍ୱର ଙ୍କୁ ଭୋଟ ଦେଉଛନ୍ତି I ମହେଶ୍ୱର ଙ୍କ ପ୍ରତି ଜନଅସନ୍ତୋଷ ଏତେ ପରିମାଣରେ ବଢିଯାଇଥିଲା ଯେ ଶେଷରେ ଚନ୍ଦନପୁର ର ଜଣେ କର୍ମୀ ଶାବଳ ରେ ତାଙ୍କ ମୁଣ୍ଡ କୁ ପିଟିଦେଇଥିଲା କେବଳ ଏତିକି ନୁହେଁ ମହେଶ୍ଵର ଙ୍କୁ ଗୁଳି ମାଡ ମଧ୍ୟ କରାଯାଇଥିଲା I

ଯଦି ପୁରୀ କୁ ଦେଖାଯାଏ ତେବେ ବିକାଶର ବହୁ ପଛରେ ପୁରୀ I ବିଶ୍ୱ ଐତିହ୍ୟ ର ବିଶେଷ ସ୍ଥାନ ଅଧିକାର କରିଥିବା ପୁରୀରେ ନବକଳେବର ରେ ବିଭ୍ରାଟ ସହ ଦାରୁ ଘୋଟଲା ସାମ୍ନାକୁ ଆସିଥିଲା I ଏହା ସହିତ ପୁରୀର ମୁଖ୍ୟ ସମସ୍ୟା ହେଉଛି ଡ୍ରେନେଜ ବ୍ୟବସ୍ତା I ଟିକିଏ ବର୍ଷା ହେଲେ ପୁରୀ ସହର ଡ୍ରେନ ର ନଳା ପାଣିରେ ଉବୁଡୁବୁ Iବଡଦାଣ୍ଡ ଠାରୁ ଲୋକଙ୍କ ଘର ଯାଏଁ କୃତ୍ରିମ ନଳା ପାଣି Iସ୍ବାସ୍ଥ୍ୟାବସ୍ଥା ମଧ୍ୟ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ,ମେଡିକାଲ ରେ ଆବଶ୍ୟକ ଡାକ୍ତର ନାହାନ୍ତି I ଜିଲ୍ଳାମୁଖ୍ୟ ହସ୍ପିଟାଲ ହେଇଥିଲେ ମଧ୍ୟ ରୋଗୀଙ୍କୁ କଟକ ଭୁବନେଶ୍ୱର ପଠାଇଦିଆଯାଉଛି I ଅନେକ ସମସ୍ୟା ପୁରୀରେ ଲାଗିରହିଛି I ଏସବୁ ଏଥର ମୁଦା ବନେଇଛି ବିଜେପି I ବିଜେପି ରୁ ଲୋକପ୍ରିୟ ଅଭିନେତ୍ରୀ ମହେଶ୍ୱତା ରାୟ ଲଢ଼ିବା ନେଇ ଚର୍ଚ୍ଚା ହେଉଛି I ଦଳୀୟ କାର୍ଯ୍ୟକ୍ରମ ରେ ମହେଶ୍ୱତା ଙ୍କ ପ୍ରଚାର ଏପରି ଚର୍ଚ୍ଚା କୁ ଖୋରାକ ଯୋଗାଇଛି

I ଅପରପକ୍ଷରେ ପୁରୀର ବାସିନ୍ଦା ଗୁଜୁରାଟର ପୂର୍ବତନ ଡିଜି ଯୋଗେଶ୍ୱର ମହାପାତ୍ର ଏବଂ କୃଷ୍ଣଚନ୍ଦ୍ର ପଣ୍ଡା ଙ୍କ ନାମ ମଧ୍ୟ ଚର୍ଚାରେ ଅଛି I ମୋଦିଙ୍କ ଖାସ ଅନୁଗତ ଭାବେ ଯୋଗେନ୍ଦ୍ର ବେଶ ପରିଚିତ I

ଏନେଇ କୌଣସି ଦଳୀୟ ସୂଚନା ମିଳିନଥିଲେ ମଧ୍ୟ କର୍ମୀ ଙ୍କ ଆଲୋଚନା ଜୋର ଧରିଛି I

Leave a Reply

Your email address will not be published. Required fields are marked *