ବାରୂଦ ବୋଝେଇ ଟ୍ରେନ ନେଇ ପାକିସ୍ତାନ ସୀମାରେ ପ୍ରବେଶ କରିଥିଲେ ଏହି ସାହସୀ ଯବାନ ; ପଢନ୍ତୁ ଦୁର୍ଗା ଶଙ୍କରଙ୍କ କାହାଣୀ

୮୩ ବର୍ଷୀୟ ଦୁର୍ଗା ଶଙ୍କର ୧୯୭୧ ମସିହା ଭାରତ ପାକିସ୍ଥାନ ଯୁଦ୍ଧରେ ଦେଖାଇଥିଲେ ଅପୂର୍ବ ସାହସ।ସେଥିପାଇଁ ତାଙ୍କୁ ୧୯୭୨ ମସିହା ଅକ୍ଟୋବର ୩୦ ତାରିଖ ରେ ବୀରଚକ୍ର ପୁରସ୍କାରରେ ସମ୍ମାନିତ କରାଯାଇଥିଲେ।ଆଉ ସେ କୁହନ୍ତି ତାଙ୍କର ବର୍ତ୍ତମାନ ମଧ୍ୟ ସେଭଳି ଯୋଶ୍ ଅଛି ପାକିସ୍ଥାନ ବିପକ୍ଷରେ ଲଢ଼ିବା ପାଇଁ।
୧୯୭୧ ମସିହାରେ ହେଉଥିବା ଯୁଦ୍ଧରେ ଭାରତୀୟ ଯବାନଙ୍କୁ ଗୁଳି ଯୋଗାଇବାର ଦାୟିତ୍ଵ ଥିଲା ଦୁର୍ଗା ଶଙ୍କରଙ୍କର।ଭାରତୀୟ ରେଳ ବିଭାଗ ପକ୍ଷରୁ ଦୁର୍ଗା ଶଙ୍କର ୫ ଟି ବଗିଯୁକ୍ତ ଏକ ଟ୍ରେନ ନେଇ ପାକିସ୍ଥାନ ସୀମାରେ ପ୍ରବେଶ କରାଇବାର ଥିଲା।

କିନ୍ତୁ ସେତେବେଳେ ରେଳ ଲାଇନ ଭାଙ୍ଗି ଯାଇଥିଲା।ଏଭଳି ସ୍ଥିତିରେ ରାତାରାତି ୧୦ କିମି ରେଳ ଲାଇନ ତିଆରି କରାଯାଇଥିଲା।ପାକିସ୍ଥାନ ସୀମାର ଖୋପରପୁରରୁ ଟ୍ରେନ କୁ ରୋକିବା ପାଇଁ ପାକିସ୍ଥାନୀ ବିମାନ ଚେଷ୍ଟା କରିଥିଲା।ପାକିସ୍ଥାନ ଆକାଶ ମାର୍ଗରୁ ୬ ଟି ବୋମା ପକାଇ ଟ୍ରେନ କୁ ଧ୍ଵସ କରିବାକୁ ଉଦ୍ୟମ କରିଥିଲା।ପାକିସ୍ଥାନର ଛଅଟି ଏୟାର କ୍ରାଫ୍ଟ୍ ଟ୍ରେନ କୁ ଚାରି ପଟୁ ଘେରି ଯାଇଥିଲା।ତଥାପି ଦୁର୍ଗା ଶଙ୍କର ଭୟ କରି ନ ଥିଲେ।ସେ ଟ୍ରେନ କୁ ଆହୁରି ଦୃତ ଗତିରେ ଚଳାଇଥିଲେ।ଏବଂ ଟ୍ରେନ୍ ର କୌଣସି କ୍ଷତି ହୋଇ ନ ଥିଲା।ଏବଂ ଏୟାର କ୍ରାଫ୍ଟ୍ ବୋମା ସରିଯାଇଥିଲା।ଏହା ସହିତ ଦୁର୍ଗା ଶଙ୍କର ନିଜ ବାଟାଲିଓନ କୁ କହି ୧୫ ମିନିଟ୍ ମଧ୍ୟରେ ଟ୍ରେନ୍ ଖାଲି କରିଥିଲେ।୧୦ ଟି ବାଟାଲିଅନ୍ କୁ ସଫଳତା ପୂର୍ବକ ବାରୁଦ୍ ଯୋଗାଇ ଦେବା ପରେ ଦୁର୍ଗା ଶଙ୍କର ଙ୍କ ସମସ୍ୟା ଦୁର ହୋଇ ନ ଥିଲା।ସେ ପୁଣି ଯେତେବେଳେ ଟ୍ରେନ୍ କୁ ଭାରତୀୟ ସୀମା ଆଡକୁ ନେଉଥିଲେ ସେତେବେଳେ ପୁଣି ୧୦୦୦ କିଲୋ ବୋମା ଟ୍ରେନ୍ ଉପରକୁ ପକାଯାଇଥିଲା।

ଦୁର୍ଗା ଶଙ୍କର ସେତେବେଳେ ଭାରତ ସୀମା ଠାରୁ ୫ କିମି ଦୂରରେ ଥିଲେ।ବୋମା ନିଆଁରେ ଦୁର୍ଗା ଙ୍କ ହାତ ପୋଡ଼ି ଯାଇଥିଲା ତଥାପି ହାରି ନ ଥିଲେ ତାଙ୍କ କହୁଣି ସାହାଯ୍ୟରେ ଟ୍ରେନ୍ ଚଳାଇ କିଛି ବାଟ ଆଗକୁ ଆସିଥିଲେ।ଆଗକୁ ଟ୍ରେନ୍ ଟ୍ରାକ୍ ଭାଙ୍ଗିଯାଇଥିବା ରୁ ତାଙ୍କୁ ସେଠାରେ ରହିବାକୁ ପଡ଼ିଥିଲା।ଦୁର୍ଗା ଶଙ୍କର ନିଜ ରାଇଫଲ ବାହାର କରି ଚାଲି ଚାଲି ଭାରତୀୟ ସୀମା ଆଡକୁ ଯିବାକୁ ଆରମ୍ଭ କଲେ ଏବଂ ଏତିକିବେଳେ ଭାରତର ଏକ ହେଲିକପ୍ଟର ସୀମାରେ ଦେଖା ଦେଇଥିଲା।ଏବଂ ସେ ଦୁର୍ଗା ଶଙ୍କର ଙ୍କୁ ଉଦ୍ଧାର କରିଥିଲେ।

Leave a Reply

Your email address will not be published. Required fields are marked *