ମହିଳାଙ୍କ ଉପରେ ମରଦ ପଣିଆ ଦେଖାଇଲେ ପୋଲିସ ବାବୁ ,ଢ଼ୋ ଢ଼ୋ କରି ମହିଳାଙ୍କ ଗାଲରେ ସେକିଦେଲେ ଶକ୍ତ ଚାପୁଡ଼ା

ଗୋଟେପଟେ ବର୍ଡ଼ର ରେ ପାକିସ୍ତାନ ସୀମା ଡେଇଁ ଭାରତୀୟ ସେନା ନିଜର ଦମ ଦେଖାଉଥିବା ବେଳେ ଅନ୍ୟପଟେ ଓଡ଼ିଶାର ମଧ୍ୟ ଦମ୍ ଦେଖାଇଛନ୍ତି ପୋଲିସ ବାବୁ I ଏହି ପାରିବାପାଣିଆ କୌଣସି ଶତ୍ରୁ କିମ୍ବା ଅପରାଧୀ ଙ୍କୁ ଧରିବା ପାଇଁ ନୁହେଁ ବରଂ ନିଜର ପାୱାର କୁ ଜଣେ ଗରିବ ମହିଳାଙ୍କ ଉପରେ ଦେଖାଇବାକୁ I ଘଟଣାଟି ସୁନ୍ଦରଗଡ ର I କୌଣସି କାର୍ଯ୍ୟରେ ଥାନାକୁ ଯାଇଥିବା ଜୈନକ ମହିଳା ପୋଲିସ ଉପରେ ଅସନ୍ତୋଷ ହେଇ ନିଜର ଅସନ୍ତୋଷତା ବ୍ୟକ୍ତ କରୁଥିବା ବେଳେ ରାଗି ଯାଇଥିଲେ ଥାନା ଏସଆଇ ବାବୁ I

ସତେ ଯେପରି ପାକିସ୍ତାନ ବର୍ଡ଼ର ରୁ 300ଆତଙ୍କୀ ଙ୍କୁ ନିପାତ କରି ଆସିଥିଲେ ଏବଂ ସେହି ଟେନସନ ରେ ମୁଣ୍ଡ ଖରାପ ହେଇଯାଇଥିଲା I ମହିଳାଙ୍କ ଗାଲକୁ ଢ଼ୋ ଢ଼ୋ କରି ସେକି ଦେଇଥିଲେ ଥାନାବାବୁ ବୀର ଦର୍ପରେ ,ଏତିକିରେ ମନ ବୁଝିଲାନି ଥାନାବାବୁଙ୍କର ଚୌକି ରୁ ଉଠି ମହିଳାଙ୍କ ହାତ ଭିଡି ଆଣି ଆହୁରି ଚାପୁଡ଼ା ବସେଇଦେଇଥିଲେ I

ଯଦିଓ ସେଠାରେ ମହିଳା ପୋଲିସ ଉପସ୍ଥିତ ଥିଲେ ପୋଲିସ ବାବୁ ଙ୍କୁ କିଏ ଦେଲା ଏତେ ପାୱାର ଯେ ଥାନା ଭିତରେ ଜଣେ ମହିଳାଙ୍କ ଉପରେ ଏପରି ହାତ ଉଠାଇବାକୁ

I ଘଟଣାଟି ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଥିଲେ ମଧ୍ୟ ଥାନା ବାବୁଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ I

Leave a Reply

Your email address will not be published. Required fields are marked *