ଶତୃଦେଶ ରେ ନିଜର ସାହସ ଦେଶପ୍ରେମ ଏବଂ ପରାକାଷ୍ଠା ଦେଖାଇ ଶେଷରେ ନିଜ ଦେଶକୁ ଫେରିଥିବା ଭାରତର ବୀର କମାଣ୍ଡର ଅଭିନନ୍ଦନ ଙ୍କୁ ନେଇ କରାଯାଇଥିଲା ଜୋରଦାର ସ୍ୱାଗତ ଏବଂ ଅଭିନନ୍ଦନ I ତେବେ ଭାରତର କୂଟନୀତିକ ଚାଲ ଏବଂ ଅନ୍ତର୍ଜାତୀୟ ଚାପ ଆଗରେ ଶେଷରେ ବାଧ୍ୟ ହେଇ ଛାଡିଥିବା ପାକିସ୍ତାନ ର ଆଉ ଏକ କାର୍ପଣ୍ୟ ପଣ ସାମ୍ନାକୁ ଆସିଛି I କମାଣ୍ଡର ଅଭିନନ୍ଦନ ଙ୍କୁ ଫେରେଇଥିଲେ ମଧ୍ୟ ତାଙ୍କ ଦାମୀ ବନ୍ଧୁକ ଟିକୁ ପାକିସ୍ତାନ ଫେରେଇନାହିଁ I ଏହାକୁ ନିଜ ପାଖରେ ରଖିଛି ପାକିସ୍ତାନ I
ନିୟମ ଦୃଷ୍ଟିରୁ କମାଣ୍ଡର ଙ୍କୁ ଫେରେଇବା ସମୟରେ ତାଙ୍କର ସମସ୍ତ ଜିନିଷ ଫେରେଇବା କଥା ,କିନ୍ତୁ ୱାଘା ବର୍ଡ଼ର ରେ ଯେତେବେଳେ କମାଣ୍ଡର ଅଭିନନ୍ଦନ ଙ୍କୁ ହସ୍ତାନ୍ତର କରାଗଲା କେବଳ ତାଙ୍କ ହାତ ଘଣ୍ଟା, ଏବଂ ଚଷମା ଫେରାଇ ଦିଆଯାଇଥିଲା କିନ୍ତୁ ଦାମୀ ବନ୍ଧୁକ ଫେରାଗଲା ନାହିଁ I ଏନେଇ ହସ୍ତାନ୍ତର ପେପର ରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି I ପାକିସ୍ତାନ ର ବନ୍ଧୁକ ନଫେରେଇବା ନେଇ ଏବେ ସବୁଆଡେ ଚର୍ଚା ହେଉଛି ଯେ କାଙ୍ଗାଳ ପାକିସ୍ତାନ ପାଖରେ ପଇସା ନଥିବାରୁ କମାଣ୍ଡର ଙ୍କ ଦାମୀ ଘଣ୍ଟା ଦେଖି ଲୋଭ ଲାଗିଥିଲା ସେଥିପାଇଁ ରଖିଦେଇଛି I