ଘରେ ସ୍ତ୍ରୀ ଥିବାବେଳେ ବାହାରେ ଆଉ ଜଣେ ମହିଳାଙ୍କ ସହ ସମ୍ପର୍କ ପାଇଁ ଚାଲିଗଲା ଆଇପିଏସ୍‌ ଚାକିରୀ

ରାଜସ୍ତାନ ର ଜଣେ ଆଇପିଏସ୍‌ ଅଫିସର ଙ୍କ ପରକ୍ରିୟା ପ୍ରୀତି ପାଇଁ ଚାଲିଯାଇଛି ଚାକିରୀ I ଘରେ ସ୍ତ୍ରୀ ଥାଉ ଥାଉ ଅଫିସର ଜଣଙ୍କ ବାହାରେ ଅନ୍ୟ ଜଣେ ମହିଳାଙ୍କ ସହିତ ସମ୍ପର୍କ ରଖିଥିଲେ I ଏବଂ ମହିଳାଙ୍କର ଏକ ସନ୍ତାନ ମଧ୍ୟ ହେଇଥିଲା I କିନ୍ତୁ ପରେ ନିଜ ପିଲାକୁ ସ୍ୱୀକାର କରିନଥିଲେ ଆଇପିଏସ୍‌ I ଫଳରେ ନିଜ ପିଲାର ଭବିଷ୍ୟତ ଏବଂ ନ୍ୟାୟ ପାଇଁ ମହିଳା ଜଣଙ୍କ ରାଜ୍ୟ ମହିଳା ଆୟୋଗ ରେ ଅଭିଯୋଗ କରିଥିଲେ I ଆଇପିଏସ୍‌ ଙ୍କ ନାମ ପଙ୍କଜ ଚୌଧୁରୀ I ଘଟଣା ଅନୁଯାଇ 2005 ରେ ପଙ୍କଜ ବିବାହ କରିଥିଲେ ଏବଂ ଘରେ ପତ୍ନୀ ଥିଲେ ମଧ୍ୟ ମୁକୁଲ ଙ୍କ ସହିତ ସମ୍ପର୍କ ରଖିଥିଲେ ଏବଂ ସନ୍ତାନ ଜନ୍ମ ପରେ ସମ୍ପର୍କ କୁ ଫାଙ୍କିଦେବାକୁ ବସିଥିଲେ I ତେବେ ଘଟଣାର ବିଚାର କରି ଆଇପିଏସ୍‌ ଅଧିକାରୀ ଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି I

Leave a Reply

Your email address will not be published. Required fields are marked *