ବିଦେଶୀ ନୋଟରେ ଭଗବାନ ଗଣେଶଙ୍କ ଫଟୋ ! ଜାଣନ୍ତୁ କେଉଁଠି ଏବଂ କାହିଁକି ନୋଟରେ ରହିଛି ଗଣେଶଙ୍କ ଫଟୋ ।

ଭାରତର ସଂସ୍କୃତି ଏବଂ ପରମ୍ପରା ମହାନ୍।ମହାନ୍ ଏ ଦେଶର କଳା ଏବଂ ସଂସ୍କୃତି।ସେଥିପାଇଁ ଭାରତର ସଂସ୍କୃତି ଦେଶ ତଥା ଦେଶ ବାହାରେ ମଧ୍ୟ ପ୍ରସିଦ୍ଧି ଲାଭ କରିଛି।ପୂର୍ବ ଏସୀୟ ଦେଶ ମାନଙ୍କ ମଧ୍ୟରେ ଇଣ୍ଡୋନେସିଆ ଏକ ମୁସଲମାନ ବହୁଳ ଦେଶ।ଏହି ଦେଶର ମୁଦ୍ରାର ନାମ ହେଉଛି ରୁପେୟା।ଆପଣ ଜାଣି ବିସ୍ମିତ ହେବେ ଯେ ଇଣ୍ଡୋନେସିଆରେ ପ୍ରଚଳିତ ୨୦ ହଜାର ଟଙ୍କିଆ ନୋଟ୍ ରେ ରହିଛି ଭଗବାନ୍ ଗଣେଶଙ୍କ ଫଟୋ।ପ୍ରକୃତ କଥା ହେଉଛି କି ଇଣ୍ଡୋନେସିଆରେ ଭଗବାନ୍ ଗଣେଶଙ୍କୁ ଶିକ୍ଷା,କଳା ଏବଂ ବିଜ୍ଞାନର ଦେବତା ଭାବରେ ବିବେଚନା କରାଯାଏ।

ଏହି ନୋଟ୍ ର ଆଗରେ ଭଗବାନ୍ ଗଣେଶଙ୍କ ଫଟୋ ରହିଥିବା ବେଳେ ପଛ ଭାଗରେ କ୍ଲାସ୍ ରୁମ୍ ଏବଂ ଶିକ୍ଷକ ପଢାଉଥିବାର ଫଟୋ ରହିଛି।ଏହି ନୋଟରେ ଇଣ୍ଡୋନେସିଆ ର ପ୍ରଥମ ପ୍ରଧାନମନ୍ତ୍ରୀ ହଜାର ଦୈବଙ୍ଗତ୍ରା ଙ୍କ ଫଟୋ ମଧ୍ୟ ରହିଛି।କୁହାଯାଏ ଯେ କିଛି ବର୍ଷ ତଳେ ଇଣ୍ଡୋନେସିଆ ର ଅର୍ଥବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିଲା ଏବଂ କିଛି ରାଷ୍ଟ୍ରଚିନ୍ତକଙ୍କ ବିଚାର ବିମର୍ଶ କରିବା ପରେ ୨୦ ହଜାର ଟଙ୍କାର ଏହି ନୋଟ୍ ପ୍ରଚଳନ କରାଯାଇଥିଲା ଯେଉଁଥିରେ ଭଗବାନ୍ ଗଣେଶଙ୍କ ଫଟୋ ସ୍ଥାନିତ ହୋଇଥିଲା।

Leave a Reply

Your email address will not be published. Required fields are marked *