ମୁଁ ଫୋନ ନ ଉଠାଇଲେ ..ରାତି ଦୁଇଟାରେ ଆସି ଘରେ ପହଂଚିଯାଉଥିଲେ ସଲମନ -ଐଶ୍ଵର୍ଯ୍ୟା ରାୟ ,ଏକ ଇଣ୍ଟରଭ୍ୟୁରେ କହିଲେ ଏଭଳି ଆହୁରି କିଛି ଦର୍ଦକଥା

ବଲିଉଡର ନାମୀ କଳାକାର ଐଶ୍ୱର୍ଯ୍ୟା।ଏ ଯାଏ ଭୁଲି ପାରିନାହାନ୍ତି ତାଙ୍କର ପ୍ରଥମ ପ୍ରେମକୁ।ଏବେ ବି ତାଙ୍କ ହୃଦୟର କେଉଁ କୋଣରେ ରହିଛି ସଲୁ ଭାଇଙ୍କ ପାଇଁ ଦରଦ।ସେ ନିଜେ ସଲମାନ୍ ଙ୍କ ସହ ଥିବା ପ୍ରେମ ଦରଦକୁ ଏକ ମିଡ଼ିଆ ଆଗରେ ପ୍ରକାଶ କରିଛନ୍ତି।ସଲମାନ୍ ଙ୍କ ସହ କେମିତି ଥିଲା ପ୍ରେମ ଏବଂ ପୁଣି କେମିତି ହେଲା ବ୍ରେକଅପ୍।

ସେ ସବୁ କଥା କହିଛନ୍ତି ଐଶ୍ୱର୍ଯ୍ୟା।ସେ କହିଛନ୍ତି ସଲମାନ୍ ମାଡ଼ପିଟ୍ କରିଛନ୍ତି,ଝଗଡ଼ା କରନ୍ତି, ରାଗନ୍ତି କିନ୍ତୁ ସେ ସବୁ କିଛି ସହି ଯାଆନ୍ତି।କାରଣ ତାଙ୍କର ସବୁ ରିଆକ୍ସନ୍ ଐଶ୍ୱର୍ଯ୍ୟାଙ୍କୁ ଭଲ ଲାଗେ।କିନ୍ତୁ ସହିବାର ଗୋଟେ ସୀମା ଥାଏ ଆଉ ସେ ସବୁ ସୀମା ଅତିକ୍ରମ କରି ସାରିଥିଲେ।ସେଥିପାଇଁ ତାଙ୍କର ବ୍ରେକ୍ଅପ୍ ହୋଇଯାଇଥିଲା।ରାତିରେ ଯଦି ଫୋନ୍ ନ ଉଠେଇବେ ତେବେ ରାତି ୨ ଟା ରେ ମଧ୍ୟ ଆସି ପହଞ୍ଚିଯାନ୍ତି ସଲମାନ୍।

ଆଉ କବାଟ ନ ଖୋଲିଲେ ଆତ୍ମହତ୍ୟା କରିବେ ବୋଲି ଧମକ ମଧ୍ୟ ଦିଅନ୍ତି।ଆଉ ବାଧ୍ୟ ହୋଇ କବାଟ ଖୋଲିଲେ ତାଙ୍କୁ ଏବଂ ତାଙ୍କ ବାପା ମା ଙ୍କୁ ଦେଖାକରି ଯାଆନ୍ତି।ଐଶ୍ୱର୍ଯ୍ୟା କହିଛନ୍ତି ସେ ସଲମାନ୍ ଙ୍କ ପାଇଁ ୨୧ ବର୍ଷ ବୟସରେ ଘର ଛାଡିଛନ୍ତି।କିନ୍ତୁ ସଲମାନ୍ ତାଙ୍କୁ ଭରସା ଦେଇ ପାରି ନାହାଁନ୍ତି।ତାଙ୍କ ହାତ ଧରିବାକୁ ଯେବେ ଚାହୁଁଥିଲେ ସେ ଆଉ କାହାର ହାତ ଧରି ସାରିଲେଣି ବୋଲି କହିବା ପରେ ଶେଷ ଥର ପାଇଁ ସେ ତାଙ୍କ ସହ ସମ୍ପର୍କ ବ୍ରେକ୍ଅପ୍ କରିଛନ୍ତି।

Leave a Reply

Your email address will not be published. Required fields are marked *