ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଙ୍କ ଝିଅ ସୁନିତା ମିଶିଲେ ବିଜେଡି ରେ

ଆଗକୁ ନିର୍ବାଚନ ଆସୁଥିବା ବେଳେ ପ୍ରତ୍ୟକ ଦଳ ଟାଣୁଆ ଛାମୁଆ ନେତାଙ୍କୁ ନିଜ ଦଳରେ ମିଶାଇ ବହୁମତରେ ବିଜୟୀ ପାଇଁ ରଣକୌଶଳ ପ୍ରସ୍ତୁତ କରୁଛନ୍ତି I ଏହି କ୍ରମରେ ଅଧିକାଂଶ ନେତା ମାନେ ଏବେ ବିଜେଡି ମୁଁହା ହେବାରେ ଲାଗିଛନ୍ତି I ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନିତା ବିଶ୍ବାଳ ନିଜ ସମର୍ଥକ ମାନଙ୍କ ସହିତ ନବୀନ ନିବାସ ରେ ବିଜେଡିରେ ସାମିଲ ହେଇଛନ୍ତି I

ସୁନିତା ଙ୍କ ବିଜେଡି ଯୋଗଦାନ ରେ ଦଳୀୟ ମହଲରେ ଖୁଶିର ଲହରୀ ଖେଳିଯାଇଥିବା ବେଳେ କଂଗ୍ରେସ ରେ ନିରାଶା ଦେଖାଯାଇଛି I ସୂଚନା ଥାଉ କି ସୁନୀତା ଙ୍କର ସୁନ୍ଦରଗଡ ଜିଲ୍ଲାରେ ଭଲ ସଂଘଠନ ରହିଛି ଏବଂ ସେ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାନେତ୍ରୀ ଥିଲେ ।ତେବେ ସୁନିତା ଙ୍କ ଯୋଗଦାନ ରେ ସ୍ଥାନୀୟ ବିଜେଡି ରେ ଅସନ୍ତୋଷ ସୃଷ୍ଟି ହେଇଥିବା ଚର୍ଚା ହେଉଛି I

Leave a Reply

Your email address will not be published. Required fields are marked *