ବିଜେପି ରେ ହାରିଗଲେ ବିଜୟ ,ପଛରେ ପଡିଗଲେ ଧର୍ମେନ୍ଦ୍ର ,ବାଜି ମାରିନେଲେ ବୈଜୟନ୍ତ

9ମାସର ଅପେକ୍ଷା ପରେ ଶେଷରେ ବିଜେପି ରେ ଯୋଗ ଦେଇଛନ୍ତି ବୈଜୟନ୍ତ I ଯୋଗଦେବା ପରେ ଓଡିଶା ଫେରି ନିଜର ଶକ୍ତି ମଧ୍ୟ ପ୍ରଦର୍ଶନ କରିଥିଲେ I ବୈଜୟନ୍ତ ଙ୍କୁ ସ୍ୱାଗତ କରିବାକୁ ଭୁବନେଶ୍ୱର ଟ୍ରାଫିକ ଜାମ ହେଇଯାଇଥିଲା I ଯେଉଁଥିରୁ କି ବୈଜୟନ୍ତଙ୍କ ଲୋକପ୍ରିୟତା ବାବଦରେ ସହଜରେ ଅନୁମେୟ I ବୈଜୟନ୍ତ ଯୋଗ ଦେବାପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପ୍ରାଥୀ କୁହାଯାଉଥିବା ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ତାଙ୍କୁ ମଞ୍ଚ ରେ କୋଳେଇ ନେଇଥିଲେ I

ତେବେ ମଞ୍ଚରେ ସତେ ଯେପରି ଖୁଶି ନଥିଲେ ଧର୍ମେନ୍ଦ୍ର ,ଏକଥା ଆମେ କହୁନୁ କିଛି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଥିଲା ଯେଉଁଥିରେ କି ଧର୍ମେନ୍ଦ୍ର ଙ୍କ ମୁଁହରୁ ହସ ଲିଭିଯାଇଥିଲା I ତେବେ ବୈଜୟନ୍ତ ଙ୍କ ବିଜେପି ର ଯୋଗଦାନ ପରେ ମାତ୍ର 4ଦିନ ପରେ ବୈଜୟନ୍ତ ଙ୍କୁ ଦିଆଯାଇଥିଲା ସୁପର ପାୱାର I ରାଷ୍ଟ୍ରୀୟ ଉପ ସଭାପତି ସହିତ ମୁଖପାତ୍ର ଦାୟିତ୍ୱ ଦିଆଯାଇଥିଲା I ବୋଧହୁଏ ଏପରି ପୁରସ୍କାର ପ୍ରଥମ ଥର ପାଇଁ ବୈଜୟନ୍ତ ଙ୍କୁ ଦିଆଯାଇଛି I କେନ୍ଦ୍ର ରେ ମନ୍ତ୍ରୀ ଥିବା ଧର୍ମେନ୍ଦ୍ର ଙ୍କୁ ମଧ୍ୟ ଏପରି ପାୱାର ଦିଆଯାଇନାହିଁ I ଏକାଥରକେ ସିଡ଼ସଲାକହ`ସିଧାସଳଖ ବିଜେପି ଭଳି ଏକ ପାର୍ଟି ରେ ଉପ ସଭାପତି ଏବଂ ମୁଖପାତ୍ର ପଦବୀ ବୋଧହୁଏ ଭାଗ୍ୟରେ ଥିଲେ ମିଳେ I

ତେବେ ବୈଜୟନ୍ତ ଙ୍କ ଏପରି କ୍ଷମତା ପରେ ଓଡ଼ିଶାରେ ଗୋଟିଏ କଥା ଚର୍ଚ୍ଚା ଚାଲିଛି ଯେ ଓଡ଼ିଶାର ବିଜେପି ଫେସ୍ ବୈଜୟନ୍ତ I ଅପରପକ୍ଷରେ ବିଜେଡି ର ଟାଣୁଆ ନେତା ବିଜେପି ରେ ଯୋଗ ଦେଇଥିଲେ ମଧ୍ୟ ଏକଘରକିଆ ହେଇ କୋଣଠେଶା ହେଇ ଅଣନିଶ୍ଵାସି ହେଇ ଦଳ ଛାଡିଥିଲେ I ମୋଟାମୋଟି କହିବାକୁ ଗଲେ ବିଜେପି ରେ ହାରିଯାଇଥିଲେ ବିଜୟ I କିନ୍ତୁ ବୈଜୟନ୍ତ ଙ୍କ କ୍ଷେତ୍ରରେ ପୁରାପୁରି ଓଲଟା I

ଏଣ୍ଟ୍ରି କରୁ କରୁ ଅନ୍ୟମାନଙ୍କର କ୍ଷମତା ନିଜେ ହାସଲ କରିସାରିଲେଣି I ଆଗକୁ ଯେ ଓଡିଶା ର ମୁଖ୍ୟମନ୍ତ୍ରୀ ପ୍ରାଥୀ ହେଇ ନବୀନ ଙ୍କୁ ଚେକ ନଦେବେ ତାହାକୁ ଅସ୍ବୀକାର କରାଯାଇନପାରେ I

Leave a Reply

Your email address will not be published. Required fields are marked *