ସେନା ଗୋଟେ ବି ଆତଙ୍କୀ ମାରିନାହାନ୍ତି ସବୁ ମିଛ, ବିଜେଡି ବିଧାୟକ ,

ପୁଲୱାମା ଆକ୍ରମଣରେ 40ବୀର ଯବାନ ଙ୍କୁ ହରାଇ ସାରା ଦେଶ କ୍ରୋଧରେ ଜଳୁଥିବା ପାକିସ୍ତାନ ଅଧିକୃତ ଅଞ୍ଚଳରେ ଭାରତୀୟ ବାୟୁସେନା ପକ୍ଷରୁ ଭୋର ସମୟରେ ସର୍ଜିକାଲ ଷ୍ଟ୍ରାଇକ କରାଯାଇ 300 ଉର୍ଧ ଆତଙ୍କୀ ଙ୍କୁ ନିପାତ କରାଯାଇଥିଲା I ଯେଉଁଥିପାଇଁ ପ୍ରତିଶୋଧ ପରାୟଣ ହେଇ ଭାରତର ସୀମା ଲଙ୍ଘନ କରିବାକୁ ଉଦ୍ୟମ କରିଥିଲା ପାକିସ୍ତାନ ସେନା I ଏବଂ ଜବାବ ରେ ଅଭିନନ୍ଦନ ଙ୍କ ଭଳି ବୀର କମାଣ୍ଡର ସାହସର ସହିତ ମୁକାବିଲା କରି ପଣବନ୍ଦୀ ହେଇଥିଲେ I ତେବେ 300ଆତଙ୍କୀ ଙ୍କ ମୃତ୍ୟୁ କୁ ନେଇ ସାରା ବିଶ୍ୱ ଭାରତକୁ ପ୍ରସଂଶା କରିଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହା ଉପରେ ପ୍ରଶ୍ନ ଉଠାଇଥିଲେ ଏବଂ ମମତା ଙ୍କ ପରେ କଂଗ୍ରେସ ନେତା ସିଦ୍ଧୁ କହିଥିଲେ କି ସେନା ଆତଙ୍କୀ ମାରିବାକୁ ଯାଇଥିଲେ ନା ଗଛ ?? ଏବେ ଓଡ଼ିଶାରେ ମଧ୍ୟ ସେନାଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି ଜଣେ ବିଧାୟକ i

ସେ ପୁଣି ସାଶକ ଦଳର I ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ର ବିଜେଡି ବିଧାୟକ ସୁଶାନ୍ତ ବେହେରା ଏହି ଘଟଣା ଉପରେ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ ଏହା ସମ୍ପୂର୍ଣ୍ଣ ମିଛ କଥା ସେମିତି କିଛି ବି ହେଇନି କି କେହି ବି ମରିନାହାନ୍ତି I ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି I

ଏହା ସହିତ ସେନା ଙ୍କ ଦକ୍ଷତା କୁ ନେଇ ଆହୁରି କିଛି ପ୍ରଶ୍ନ ଉଠାଇଥିଲେ ମଧ୍ୟ ଭିଡିଓ ର ଅସ୍ପଷ୍ଟ ବାର୍ତାଳାପ ଯୋଗୁ ଜଣାପଡ଼ିନି I ତେବେ ସେନାଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଥିବା ବିଜେଡି ବିଧାୟକ ଙ୍କ ଉପରେ ଏବେ ସବୁଆଡୁ ତୀବ୍ର ସମାଲୋଚନା ହେବାରେ ଲାଗିଛି I

Leave a Reply

Your email address will not be published. Required fields are marked *