ଶେଷରେ ଗିରଫ ହେଲେ ଯୁବବିଜେଡି ଉପସଭାପତି

ଶେଷରେ ଗିରଫ ହେଲେ ବିଜେଡ଼ି ଛାତ୍ରନେତା
ସହୀଦ ନଗର ଥାନାରେ ପଶି ଗଣ୍ଡଗୋଳ କରିବା ଅଭିଯୋଗ ରେ ଶେଷରେ ଗିରଫ ହେଇଛନ୍ତି ଯୁବବିଜେଡି ଉପସଭାପତି ପ୍ରକାଶ ତ୍ରିପାଠୀ ।

ପୂର୍ବରୁ ଏହି ଘଟଣାରେ 4 ଅଭିଯୁକ୍ତକୁ ଗିରଫ ହେଇଥିବା ବେଳେ ଆଜି ପୋଲିସ ମୁଖ୍ୟ ଅଭିଯୁକ୍ତ ପ୍ରକାଶଙ୍କୁ ଗିରଫ କରିବାରେ ସଫଳ ହେଇଛି I ସୂଚନା ଅନୁସାରେ 3ତାରିଖ ରାତିରେ ଭିଏସ୍ଏସ୍‌ ନଗରରେ ବିଜୁ ଯୁବ ଜନତା ଦଳର ଉପସଭାପତି ପ୍ରକାଶ ତ୍ରିପାଠୀଙ୍କ ଜଣେ ବନ୍ଧୁଙ୍କ କାର ସହିତ ଜଣେ ବାଇକ ଚାଳକ ଙ୍କର ଦୁର୍ଘଟଣା ହେବାରୁ ଉଭୟ ଗୋଷ୍ଠୀ ଥାନାରେ ଏତଲା ଦେଇଥିଲେ I

ତେବେ ଥାନାରେ ଉଭୟ ଗୋଷ୍ଠୀ ଙ୍କର ତୁମୁଳ କାଣ୍ଡ ହେବା ସହ ପୋଲିସ କୁ ନିର୍ଘାତ ପିଟିଥିଲେ ବିଜୁ ଜନତା ଦଳର ଛାତ୍ର ନେତାମାନେ ସିସି ଟିଭି ଆଧ।ରରେ ପୋଲିସ 4 ଅଭିଯୁକ୍ତଙ୍କୁ ଗିରଫ କରିସାରିଥିବା ବେଳେ ପ୍ରକାଶଙ୍କ ପତ୍ତା ମିଳୁନଥିଲା। ଶେଷରେ ପ୍ରକାଶଙ୍କୁ ଆଜି ଗିରଫ କରିବାରେ ପୋଲିସ ସଫଳ ହେଇଛି

Leave a Reply

Your email address will not be published. Required fields are marked *