ଅଧା ନିର୍ବାଚନ ଜିତିଯାଇଛନ୍ତି ମୋଦି, କମିଯାଇଥିବା ବିଶ୍ୱାସ ରେ ପୁଣି ଆସିଛି ଲୋକପ୍ରିୟତା

ଜାତୀୟ ଗଣମାଧ୍ୟମ ର ସର୍ଭେ ଅନୁଯାଇ ପୂର୍ବ ଅପେକ୍ଷା ମୋଦିଙ୍କ ଲୋକପ୍ରିୟତା ହ୍ରାସ ପାଇବା ଏବଂ ଆଗାମୀ ନିର୍ବାଚନ ରେ ବିଜେପି ର ଆସନ କମିପାରେ ବୋଲି ପ୍ରକାଶ ପାଇଥିଲା I ତେବେ ପୁଲୱାମା ଆକ୍ରମଣରେ 40 ଯବାନ ସହିଦ ହେବା ପରେ ସାରା ଦେଶର କ୍ରୋଧ କୁ ଯେପରି ଭାବେ ମୋଦି ବୁଝିପାରିଥିଲେ ଏବଂ ମାତ୍ର 12ଦିନରେ ସହିଦ ଯବାନ ଙ୍କ ମୃତ୍ୟୁ ପ୍ରତିଶୋଧ ପାଇଁ ପାକିସ୍ତାନ ରେ ବାୟୁସେନା ଧଶେଇପସି 300ରୁ ଉର୍ଦ୍ଧ ଆତଙ୍କୀ ଙ୍କୁ ନିପାତ କରିଥିଲେ ,ଏହାପରେ ଭାରତରେ ଖୁଶିର ଲହରୀ ଖେଳିଯାଇଥିଲା I

କେବଳ ଏତିକି ନୁହେଁ କମାଣ୍ଡର ଅଭିନନ୍ଦନ ଙ୍କୁ ନେଇ ଯେପରି ଭାବେ ସାରା ଦେଶ ର ଜନତା ଚିନ୍ତିତ ଥିବାବେଳେ ପାକିସ୍ତାନ ର କୌଣସି ସର୍ତ୍ତ ଶୁଣିନଥିଲେ ଭାରତୀୟ ସେନା ଏବଂ ପ୍ରଧାନମନ୍ତ୍ରୀ I ଅନ୍ତର୍ଜାତୀୟ ଚାପ ଆଗରେ ହାର ମାନି ଶେଷରେ ସ୍ବଦେଶ ଫେରିଥିଲେ ଭାରତର ଅସଲି ହିରୋ ଅଭିନନ୍ଦନ I ଅଭିନନ୍ଦନ ଙ୍କ ସ୍ବଦେଶ ଫେରିବା ଏବଂ ସର୍ଜିକାଲ ଷ୍ଟ୍ରାଇକ -2 ପୁଣି ଥରେ ସବୁ ଭାରତୀୟ ଙ୍କ ମନରେ ମୋଦିଙ୍କ ପ୍ରତି ବିଶ୍ୱାସ ଏବଂ ଲୋକପ୍ରିୟତା ବଢ଼ାଇଦେଇଛି I

ଅବଶ୍ୟ କିଛି ନେତା ଏହାକୁ ମୋଦିଙ୍କ ଏକ ନିର୍ବାଚନୀ ଚାଲ ମଧ୍ୟ କହିଛନ୍ତି I ଏବଂ ସର୍ଜିକାଲ ଷ୍ଟ୍ରାଇକ ରେ କୌଣସି ଆତଙ୍କୀ ମରିନଥିବାର ପ୍ରଶ୍ନ ଉଠାଇଛନ୍ତି I

Leave a Reply

Your email address will not be published. Required fields are marked *