ଶାଶୁଙ୍କ ମୃତ୍ୟୁକୁ ସହି ନ ପାରି ଛାତ ଉପରୁ ଡେଇଁ ଆତ୍ମହତ୍ୟା କଲେ ବୋହୂ , ଏକାସାଙ୍ଗରେ ଉଠିଲା କୋକେଇ

ଶାଶୁ ବୋହୁ ଙ୍କ ସମ୍ପର୍କ କିପରି ତାହା ତ ସମସ୍ତେ ଅଳ୍ପ ବହୁତେ ଜାଣିଛନ୍ତି Iସବୁ ଘରେ ଶାଶୁ ବୋହୁଙ୍କ ଭିତରେ ଝଗଡା ଲାଗିଥାଏ I ଏପରିକି ଶାଶୁ ବୋହୁଙ୍କୁ ନେଇ ଅନେକ ଧାରାବାହିକ ମଧ୍ୟ ପ୍ରସାରଣ ହେଇଥାଏ I ଶାଶୁ ବୋହୁଙ୍କ ଭିତରେ ଭଲ ସମ୍ପର୍କ ଖୁବ କମ ଦେଖିବାକୁ I ତେବେ ଶାଶୁ ଙ୍କ ମୃତ୍ୟୁ ରେ ମ୍ରିୟମାଣ ହେଇ ଜଣେ ବୋହୁ ଶେଷରେ ଆତ୍ମହତ୍ୟା କରିବା ଭଳି ଘଟଣା ସାମ୍ନାକୁ ଆସିଛି I ହଁ ଆଜ୍ଞା ବିଶ୍ୱାସ ନହେଲେ ମଧ୍ୟ ଘଟଣାଟି ସମ୍ପୂର୍ଣ୍ଣ ସତ୍ୟ I ପ୍ରାପ୍ତ ସୂଚନା ଅନୁଯାଇ ଘଟଣା ଟି ମହାରାଷ୍ଟ୍ର କୋହ୍ଲାପୁର ଜିଲା ଆପଟେ ନଗର ଅଞ୍ଚଳର I ସୂଚନା ଅନୁଯାଇ ଏହି ଅଞ୍ଚଳର 70ବର୍ଷୀୟା ବୃଦ୍ଧା ମାଳତି ଲୋଖଣ୍ଡେ ଙ୍କର ଅସୁସ୍ଥତା ପାଇଁ ଶନିବାର ରାତ୍ରିରେ ମୃତ୍ୟୁ ହୋଇଥିଲା। ତେବେ ଶାଶୁ ଙ୍କୁ ସବୁଠୁ ଅଧିକ ଭଲ ପାଉଥିବା 49ବର୍ଷୀୟା ବୋହୂ ଶୁଭାଙ୍ଗୀ ଦୁଃଖରେ ଭାଙ୍ଗି ପଡିଥିଲେ।

ଶାଶୁ ଙ୍କ ମୃତ୍ୟୁ କୁ ଗ୍ରହଣ କରିପାରିନଥିଲେ Iଶାଶୁଙ୍କ ଶବ ଦାହ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଠାକୁର ଘରୁ ଠାକୁର ଙ୍କ ବିଭୁତି ଆଣି ବୋହୁ ,ଶାଶୁଙ୍କ ମୁଣ୍ଡରେ ଲଗାଇଦେଇଥିଲେ ଏବଂ ଛାତ ଉପରକୁ ଚଢି ଯାଇ ସିଧା ତଳକୁ ଡେଇଁପଡ଼ିଥିଲେ I

ଫଳରେ ଘଟଣା ସ୍ଥଳରେ ହିଁ ବୋହୂଙ୍କର ମୃତ୍ୟୁ ହେଇଥିଲା I ଏକା ସାଙ୍ଗରେ ଶାଶୁ ବୋହୁଙ୍କ କୋକେଇ ଉଠିଥିଲା I ସାରା ଅଞ୍ଚଳରେ ଘଟଣାଟି ଚର୍ଚ୍ଚାର ବିଷୟ ପାଲଟିଛି I

Leave a Reply

Your email address will not be published. Required fields are marked *