ପାଖରେ ଅଛି କୋଟି କୋଟି ଟଙ୍କାର ସମ୍ପତ୍ତି , ଚଲାନ୍ତି ୩୭୮ ଟି ଦାମୀ ଗାଡି ! ତା’ ପରେ ବି ହାତରେ କଇଁଚି ଧରି କାଟନ୍ତି ଲୋକଙ୍କ ଚୁଟି ।

ବେଳେ ବେଳେ ଜୀବନ ଏପରି ହୋଇଥାଏ କି ଏହା କୌଣସି ସିନେମା ଠାରୁ ମଧ୍ୟ କମ୍ ନ ଥାଏ।ଏପରି କିଛି ଘଟଣା ଘଟିଛି ବେଙ୍ଗଲୁରୁ ରେ ରହୁଥିବା ରମେଶ ବାବୁଙ୍କ ସହ।ଜୀବନରେ ସେ ବହୁତ୍ ପରିଶ୍ରମ କରିଛନ୍ତି ଏବଂ ବର୍ତ୍ତମାନ ସେ କଷ୍ଟର ଫଳ ସ୍ୱରୂପ ସେ ହେଉଛନ୍ତି କୋଟି କୋଟି ଟଙ୍କାର ମାଲିକ।ବାଲ୍ୟକାଳରେ ମା ତାଙ୍କର ଘରେ ଘରେ ଯାଇ ବାସନ ମାଜନ୍ତି ଆଉ ବାପା ତାଙ୍କର ବାରିକ।କିନ୍ତୁ ରମେଶ ବାବୁ ସ୍ଵାଧୀନ ଚିନ୍ତାଧାରାରେ ବିଶ୍ୱାସ କରୁଥିଲେ।

ସେ କିଛି ଭିନ୍ନ କରିବାକୁ ଚାହୁଁଥିଲେ ସେଥିପାଇଁ ସେ ଆଜି ଏ ସ୍ଥାନରେ ଛିଡ଼ା ହୋଇ ପାରିଛନ୍ତି।
ତାଙ୍କ ପାଖରେ ବର୍ତ୍ତମାନ ୩୭୮ ଟି ଗାଡ଼ି।ଯେଉଁଥିରେ ୧୨୦ ଟି ବିଳାସପୂର୍ଣ୍ଣ ଗାଡ଼ି ରହିଛି।କୋଟିପତି ହେବାପାଇଁ ସେ ଲୋକଙ୍କର ଚୁଟି କାଟିଛନ୍ତି।ଆପଣଙ୍କୁ ଲାଗୁଥିବ କି ସେ ଚୁଟି କାଟିବା ପାଇଁ ମୋଟା ଅଙ୍କର ପଇସା ନେଉଥିବ କିନ୍ତୁ ୧୫୦ ଟଙ୍କା ଭିତରେ ହିଁ ଚୁଟି କାଟନ୍ତି।ବାରିକ ଦୋକାନ ଚଳାଇବା ସହ ସେ କାର ଭଡ଼ା ମଧ୍ୟ ଦିଅନ୍ତି।୧୪ ବର୍ଷ ବୟସରୁ ସେ ଅକ୍ଲାନ୍ତ ପରିଶ୍ରମ କରୁଥିଲେ।

ତାଙ୍କ କହିବା ଅନୁସାରେ ତାଙ୍କ ବାପାଙ୍କ ଦେହାନ୍ତ ପରେ କାମ ଏତେ ବଢ଼ିଯାଇଥିଲା କି ସେ କାମ କରୁ କରୁ ରାତି ସରି ଯାଉଥିଲା।
ବ୍ୟକ୍ତିଗତ ଭାବେ ବ୍ୟବହାର କରିବା ପାଇଁ ସେ ୧୯୯୩ ମସିହାରେ ମାରୁତି କିଣିଥିଲେ। ଲୋନ୍ ରେ କିଣିଥିବା ଏହି କାର ର ଟଙ୍କା ଫେରାଇବା ପାଇଁ ସେ କାର କୁ ଭଡ଼ାରେ ଲଗାଇଲେ।ପ୍ରଥମେ ପ୍ରଥମେ ସେ ନିଜ କାର ନିଜେ ଚଳାଇଥିଲେ ଏବଂ ପରେ ବ୍ୟବସାୟ ବଢିବା ପରେ ସେ ଏଥିପାଇଁ ଲୋକ ରଖିଲେ।

ଏପରି ଭାବେ ସେ ଆଜି ଜଣେ ସଫଳ ବ୍ୟବସାୟୀ ସହ କୋଟି କୋଟି ଟଙ୍କାର ମାଲିକ।କିନ୍ତୁ ସେ ଏଯାଏ ନିଜର ଚୁଟି କଟା କାମ ଛାଡିନାହାନ୍ତି।ଏବଂ ପଚାରିଲେ କୁହନ୍ତି ମୁଁ ଯେତେ ବି ବଡ଼ ସଫଳ ବ୍ୟବସାୟୀ ହୁଏ ନା କାହିଁକି ବାରିକ ବୃତିରୁ ହିଁ ମୋର ପ୍ରଥମ ବ୍ୟବସାୟ ଆରମ୍ଭ ହୋଇଥିଲା ଯାହା ମୁଁ ମୃତ୍ୟୁ ପର୍ଯ୍ୟନ୍ତ ଭୁଲିବି ନାହିଁ।

Leave a Reply

Your email address will not be published. Required fields are marked *