ରାଜ୍ୟର ବିଭିନ୍ନ ସ୍ଥାନରୁ ହଟିଲା ନେତାଙ୍କ ଫଟୋ ଥିବା ସରକାରୀ ବିଜ୍ଞାପନ:ଲାଗୁ ହେଲା ଆଦର୍ଶ ଆଚରଣ ବିଧି

ମୁଖ୍ୟ ନିର୍ବାଚନ ଆୟୁକ୍ତ କାଲି ନିର୍ବାଚନ ତାରିଖ ଘୋଷଣା କରିବା ପରେ ଆଦର୍ଶ ଆଚରଣବିଧି ଲାଗୁ ହୋଇଛି। ଆଦର୍ଶ ଆଚରଣ ବିଧି ଲାଗୁ ହେବାର ୨୪ ଘଣ୍ଟା ମଧ୍ୟରେ ଯେଉଁ ସରକାରୀ ବିଜ୍ଞାପନ ରେ ନେତା, ମନ୍ତ୍ରୀଙ୍କ ଫଟୋ ଲାଗିଥିଲା ତାହାକୁ ରାଜ୍ୟସରକାର ଙ୍କ ପକ୍ଷରୁ ହଟାଇ ଦିଆଯାଇଛି। ରାଜଧାନୀ ଓ ଏହା ଉପକଣ୍ଠ ରେ ଥିବା ବିଭିନ୍ନ ସ୍ଥାନ ରେ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ଉଚ୍ଛେଦ କାର୍ଯ୍ୟ ଜାରି ରହିଥିଲା। ସେହିପରି ଜୟଦେବ ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ସ୍ଥାନରେ ମାଳ ମାଳ ହୋର୍ଡିଂ, ବ୍ୟାନର, ଓ ପୋଷ୍ଟର ଉଚ୍ଛେଦ କରାଯାଇଛି। ଉଭୟ ବାଲିଅନ୍ତା ତହସିଲଦାର ଓ ବିଡ଼ିଓ ଙ୍କ ନିର୍ଦ୍ଦେଶକ୍ରମେ ୯ ଟି ଯାକ ରାଜସ୍ବ ସର୍କଲ ଅଧୀନ ବିଭିନ୍ନ ପଞ୍ଚାୟତ, ବ୍ଲକ୍ ସମେତ ସ୍କୁଲ୍ କୃଷି କାର୍ଯ୍ୟାଳୟ , ରାଜସ୍ବ ନୀରିକ୍ଷକ ଙ୍କ କାର୍ଯ୍ୟାଳୟ ରୁ ନେତା ଙ୍କ ବ୍ୟାନର, ହୋର୍ଡ଼ିଂ ଉଚ୍ଛେଦ କରାଯାଇଛି।

ତହସିଲଦାର ଙ୍କ ସୂଚନା ଅନୁଯାୟୀ ନିର୍ବାଚନ ରେ ଆଚରଣ ବିଦ୍ଧି ଲଗୁହେବା ସୂଚନା ଅନୁଯାୟୀ, ନିର୍ବାଚନ ଆଚରଣ ବିଧି ଲାଗୁ ହେବ ନେଇ ସୂଚନା ପାଇବା କ୍ଷଣି ସର୍ବପ୍ରଥମେ ବାଲିଅନ୍ତା ତହସିଲ କାର୍ଯ୍ୟାଳୟ ଓ ବାଲିଅନ୍ତା ପଞ୍ଚାୟତ ସମିତି ପରିସର ରୁ ନେତା ଙ୍କ ବ୍ୟାପକ ବ୍ୟାନର ଓ ହୋଡିଂ ଓ ପୋଷ୍ଟର ଉଚ୍ଛେଦ ହୋଇଛି। ଅପରପକ୍ଷରେ ରେ ବଳକଟି ରେ ବ୍ୟାନର ଓ ହୋଡ଼ିଂ ଚିରିବାକୁ କେନ୍ଦ୍ର କରି ରାଜନୈତିକ ଗୋଷ୍ଠୀ ମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବାରୁ ପୋଲିସ ପିସିଆର ଭ୍ୟାନ ପଇଁତରା ମାରୁଚି।

ସୂଚନା ଅନୁଯାୟୀ ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟସରକାର ଯେଉଁ ସରକାରୀ ଓ ସର୍ବସାଧାରଣ କାରଯ୍ୟାଳୟ , ୱେବ୍ ସାଇଟ୍ ରେ ନେତା ମାନଙ୍କର ଫଟୋ , ହୋଡ଼ିଂ ଲାଗିଛି ତାହାକୁ ଚିହ୍ନଟ କରାଯାଇଛି। ଏହାର ଏକ ଡାଟା ବେଶ୍ ପ୍ରସ୍ତୁତ ହୋଇଛି। ଏହା ସହିତ ପ୍ରତ୍ୟେକ ବିଭାଗ ର ଏ ନେଇ ଜଣେ ଜଣେ ନୋଡାଲ ଅଧିକାରୀ ଙ୍କୁ ରାଜ୍ୟ, ଜିଲ୍ଲା, ବ୍ଲକ୍ ଏବଂ ଅଞ୍ଚୟତ ସ୍ତର ରେ ଜଣେ ଜଣେ ନୋଡାଲ ଅଧିକାରୀ ଙ୍କୁ ନିଯୁକ୍ତ ଦିଆଯାଇଛି। ସମସ୍ତ ମହାନଗର ନିଗମ ଓ ପୌର ସଂସ୍ଥା ର କମିଶନର ଓ ନିର୍ବାହୀ ଅଧିକାରୀ ମାନଙ୍କୁ ମଧ୍ୟ ସୋମବାର ସୁଦ୍ଧା ସମସ୍ତ ହୋଡିଂ ଉଚ୍ଛେଦ ପାଇଁ କୁହାଯାଇଛି। ଗତକାଲି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ବିଭିନ୍ନ ଯୋଜନା ସଂପର୍କୀତ ଲାଗିଥିବା ହୋଡିଂ କୁ ଚିର ଯାଇଛି।

Leave a Reply

Your email address will not be published. Required fields are marked *