ଓଡ଼ିଶାରେ ନବୀନ ଙ୍କୁ ଟାର୍ଗେଟ କଲେଣି ସମ୍ବିତ ପାତ୍ର ,ଆଗାମୀ ନିର୍ବାଚନ ରେ ନେଇପାରନ୍ତି ନେତୃତ୍ୱ

ସମ୍ବିତ ପାତ୍ର ,ଓଡ଼ିଶାର ପୁଅ ହେଇଥିଲେ ମଧ୍ୟ ଜାତୀୟ ସ୍ତରରେ ଜଣେ ସୁନାମଧନ୍ୟ ଯୁବ ନେତା ଭାବରେ ବେସ ପରିଚିତ I ନିଜର ଅଗାଢ ବାକ୍ ଶକ୍ତି ଦ୍ୱାରା ଜାତୀୟ ସ୍ତରର ଗଣମାଧ୍ୟମ ଗୁଡିକରେ ଦଗ୍ ଦମା ରଖିଥିବା ଏହି ଯୁବନେତାଙ୍କୁ ବିଜପିର ଆଗାମୀ ଓଡ଼ିଶାର ଭବିଷ୍ୟତ ଭାବେ ପ୍ରାୟତ ସମସ୍ତେ ଜାଣିଥାନ୍ତି I ତେବେ ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ସମ୍ବିତ ଓଡିଶା ର ସବୁ କଥା ରେ ପ୍ରାୟତ ମୁଣ୍ଡ ପୁରାଇନଥାନ୍ତି କିନ୍ତୁ ଆଗକୁ ନିର୍ବାଚନ ଆସୁଥିବା ବେଳେ ଏଥର ଓଡ଼ିଶାରେ ସମ୍ବିତ ଙ୍କୁ ଦେଖିବାକୁ ମିଳିଲାଣି Iଏକଦା ନେତୃତ୍ୱ ବିହୀନ ଥିବା ବିଜେପି ରେ ଏବେ ଚାରି ଜଣ ନେତୃତ୍ୱ ନେଇପାରୁଥିବା ନେତା ଧର୍ମେନ୍ଦ୍ର ,ଅପରାଜିତା ,ବୈଜୟନ୍ତ ଏବଂ ସମ୍ବିତ I କିଛିଦିନ ତଳେ ସାକ୍ଷୀଗୋପାଳ ମନ୍ଦିର ଦର୍ଶନ କରି ନଜର ଆସିଥିବା ସମ୍ବିତ

ପୁଣିଥରେ ସିଧାସଳଖ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଙ୍କୁ ଟାର୍ଗେଟ କରିଛନ୍ତି I ୩୩ % ମହିଳା ଆରକ୍ଷଣ ନିୟମ କୁ ନେଇ ସମ୍ବିତ କହିଛନ୍ତି ଯେ ଯଦି ମୁଖ୍ୟମନ୍ତ୍ରୀ ଙ୍କର ସତରେ ମହିଳାଙ୍କ ପାଇଁ ଦରଦ ଥାଏ ତେବେ ବିଧାନସଭା ପାଇଁ ମଧ୍ୟ ଏହି ନିୟମ ଲାଗୁ କରନ୍ତୁ

I ତେବେ ସମ୍ବିତ ଙ୍କର ସିଧାସଳଖ ମୁଖ୍ୟମନ୍ତ୍ରୀ ଙ୍କୁ ଟାର୍ଗେଟ ପରେ ଏବେ ଓଡିଶା ବିଜେପି ରେ ଚର୍ଚା ଚାଲିଛି କି ବୋଧହୁଏ ଆଗାମୀ ନିର୍ବାଚନ ପାଇଁ ସମ୍ବିତ ସଜବାଜ ହେଲେଣି ଏବଂ ଖୁବ ଶୀଘ୍ର ମଙ୍ଗ ଧରିପାରନ୍ତି I

Leave a Reply

Your email address will not be published. Required fields are marked *