ମା କାଳିଜାଇ ଙ୍କ ରହସ୍ୟ, ଜାଣନ୍ତୁ ଗୋଟେ ସାଧାରଣ ଝିଅ ଜାଇ କିପରି ହୋଇଗଲା ମା କାଳିଜାଇ

କାଳିଜାଇ ମନ୍ଦିର ଚିଲିକାହ୍ରଦ ଏକ ଦୀପରେ ଅବସ୍ତିତ I ଏହାକୁ ମା କାଳିଜାଇର ନିବାସ ବୋଲି କୁହାଯାଏ I ମା କାଳିଜାଇ ବାସ୍ତବରେ କାଳି ଯେ କି ମହାବିଦ୍ୟାର ଉତ୍ସ ଅଟନ୍ତି I ସ୍ଥାନୀୟ ଲୋକମାନେ ମା କାଳିଜାଇକୁ ବହୁତ ଶ୍ରଧା କରନ୍ତି ଏହି ଦ୍ବୀପ ଟି ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ମାନଙ୍କ ପାଇଁ ଏକ ସୁନ୍ଦର ସ୍ଥାନ ଅଟେ I ପ୍ରତେକ ବର୍ଷ ଜାନୁଆରୀ ମାସରେ ମକର ସଂକ୍ରାନ୍ତି ରେ ଏଠାରେ ବହୁତ ବଡ ମେଳାର ଆୟୋଜନ କରାଯାଏ

I କିମ୍ବଦନ୍ତୀ ଅନୁସାରେ ଏକ ନବବିବାହିତ ଝିଅ ଯାହାର ନାଁ ଥିଲା ଜାଇ ଯିଏକି ତା ବାପାଙ୍କ ସହିତ ନିଜ ଶାଶୁଘର କୁ ଯାଉଥିଲା I ତା ସ୍ୱାମୀର ଘର ଏକ ଦୀପ ଉପରେ ଅବସ୍ତିତ I ସେ ହ୍ରଦକୁ ପାର କରିବା ଲାଗି ଏକ ଡଙ୍ଗାର ସହାୟତା ନେଇଥିଲେ I ଏହି ନୌକାଯାତ୍ରା ସମୟରେ ସେ ଏକ ବହୁତ ବଡ ଝଡର ସାମ୍ନା କରିଥିଲେ ଯାହା ଫଳରେ ତାଙ୍କର ଡଙ୍ଗାଟି ଚିଲିକା ହ୍ରଦରେ ଓଲଟି ଯାଇଥିଲା I ଜାଇକୁ ଛାଡି ନାଉରି ଏବଂ ତାର ବାପା ଘଟଣା ସ୍ଥଳରେ ବଂଚିଯାଇଥିଲେ

I ସେମାନେ ଜାଇକୁ ଖୋଜିବାକୁ ବହୁତ ଚେଷ୍ଟା କଲେ କିନ୍ତୁ କଉଠି ପାଇଲେ ନାହିଁ Iନିୟତି ର ବିଚାର ଥିଲା ଅଲଗା ତେଣୁ କୁହାଯାଏ କି ଜାଇ ଅନ୍ତର୍ଦ୍ଧାନ ହେଇଯାଇଥିଲା I ପରେ ସେହିବାଟରେ ଯେଉଁ ବି ଡଙ୍ଗା ଯାଏଁ ,ସମସ୍ତେ ଜାଇ ର କାନ୍ଦ ଶୁଣିବାକୁ ପାଆନ୍ତି I ଦୁର୍ଘଟଣା ରୁ ବର୍ତ୍ତିବା ପାଇଁ କାଳି କୁ ସୁମରଣା କରିଥାନ୍ତି I ପରେ ନବବିବାହିତ ଝିଅ ଜାଇ ସ୍ଥାନୀୟ ଲୋକମାନଙ୍କ ପାଇଁ ଭଗବାନ ପାଲଟି ଯାଏ I ତାଙ୍କୁ ମା କାଳୀଙ୍କ ଏକ ଅଂଶ ବୋଲି ମନାଯାଏ ଓ ଏଥିଲାଗି ସେ ଜାଗାକୁ ମାକାଳୀଜାଈ ବୋଲି କୁହାଯାଏ I

ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ କବିତା ଅନୁସାରେ ଯାଇ ଗୋଟେ ଝିଅ ଥିଲା ଯାହାର ବିବାହ ପାରିକୁଦ ଦୀପରେ ହେବାର ଥିଲା ଏବଂ ଡଙ୍ଗାଟି ଝଡ଼ାରେ ନେଉଟି ପଡିଲା ଓ ତାର ଦୁଖଦଃ ମୃତ୍ୟୁ ହୋଇଗଲା ଏବଂ ସେ ହୋଇଗଲା ମା କାଳୀଜାଈ I ଏହା ଏକ କବିର କଳ୍ପନା ହୋଇଥିବାରୁ ଏହା ବିଷୟରେ କୌଣସି ଅଧିକ ପ୍ରମାଣ ମିଳେ ନାହିଁ I ଏହି ମନ୍ଦିରଟି 1717 ମସିହାରେ ପାରିକୁଦର ରାଜା ଶ୍ରୀ ଜଗନାଥ ମାନସିଙ୍ଗିଙ୍କ ଦ୍ୱାରା ନିର୍ମାଣ କରାହୋଇଥିଲା I

Leave a Reply

Your email address will not be published. Required fields are marked *