ପାକିସ୍ତାନକୁ ଭାରତ-ଆମେରିକାର ମିଳିତ ଆହ୍ୱାନ । ଆତଙ୍କବାଦର ଭିତ୍ତିଭୂମିକୁ ସମୂଳେ ନଷ୍ଟ କରିବା ପାଇଁ ଉଭୟ ରାଷ୍ଟ୍ର ଦେଲେ ପରାମର୍ଶ

ତିନି ଦିନିଆ ଆମେରିକା ଗ୍ରସ୍ଥରେ ବିଦେଶ ସଚିବ ବିଜୟ ଗୋଖଲେ।ସେ ଆମେରିକାରେ ଟ୍ରମ୍ପ ପ୍ରଶାସନର ବିଦେଶ ରାଷ୍ଟ୍ର ସଚିବ ମାଇକେଲ ଆର ପମ୍ପେଓ ଙ୍କ ସହ ସାକ୍ଷାତ କରି ଆତଙ୍କବାଦ ସମ୍ପର୍କରେ ବିଶଦ ଆଲୋଚନା କରିଛନ୍ତି।

ଗତ ଫେବୃଆରୀ ୧୪ ପୁଲୱାମା ଆକ୍ରମଣ ପରେ ଭାରତର ବାଲାକୋଟ୍ ଆକ୍ରମଣକୁ ପମ୍ପେଓ ଆତଙ୍କବାଦ ନିରୋଧ କାର୍ଯ୍ୟାନୁଷ୍ଠାନ ଭାବେ ଅଭିହିତ କରିଛନ୍ତି।ତେବେ ଏ ପ୍ରସଙ୍ଗରେ ଦୁଇ ଦେଶ ମିଳିତ ଭାବେ ପାକିସ୍ଥାନକୁ କଡ଼ା ଚେତାବନୀ ଦେଇଛନ୍ତି।ପାକିସ୍ଥାନ କୁ କଡ଼ା ଜବାବ୍ ଦେବା ସହ ଆତଙ୍କବାଦ କୁ ମୂଳପୋଛ କରିବା ପାଇଁ ଦୁଇ ଦେଶର ବିଦେଶ ରାଷ୍ଟ୍ର ସଚିବ ଆଲୋଚନା କରିଛନ୍ତି।

ଭାରତ ପାଇଁ ଚିନ୍ତାର କାରଣ ସାଜିଥିବା ପାକିସ୍ଥାନ ସୀମାପାର୍ ଆତଙ୍କବାଦ କୁ ପମ୍ପେଓ ହୃଦୟଙ୍ଗମ କରିବା ସହ ମସୁଦ୍ ଆଝାର୍ କୁ ବିଶ୍ଵ ଆତଙ୍କବାଦ ଘୋଷଣା କରିବା କରିବା ସମ୍ପର୍କରେ ଆଲୋଚନା କରିଛନ୍ତି।
ଜାତିସଙ୍ଘ ପକ୍ଷକୁ ମସୁଦ୍ କୁ ବିଶ୍ଵ ଆତଙ୍କବାଦୀ ଭାବେ ଘୋଷଣା କରିବ ଲାଗି ଫ୍ରାନ୍ସ ଏବଂ ବ୍ରିଟେନ ସହ ଆମେରିକା ମଧ୍ୟ ମିଳିତ ଭାବେ ପ୍ରସ୍ତାବ ଆଣିଛନ୍ତି।

Leave a Reply

Your email address will not be published. Required fields are marked *