ଆଇ ସି ସି ଦେଲା ଜବାବ ପାକିସ୍ତାନ କୁ:ସେନା ର ଟୋପି ପିନ୍ଧିବାକୁ ଆମେ ଦେଇଥିକୁ ଅନୁମତି

ଭାରତୀୟ ଟିମ୍ ତୃତୀୟ ମ୍ୟାଚ୍ ରେ ଆର୍ମି ଟୋପି ପିନ୍ଧି ଅଷ୍ଟ୍ରେଲିଆ ବିପକ୍ଷ ରେ ପଡିଆ କୁ ଓହ୍ଲାଇଥିଲେ ଓ ଏହାକୁ ନେଇ ପାକିସ୍ତାନୀ କ୍ରିକେଟ୍ ବୋର୍ଡ ଆଇସିଶି ଫେରାଦ୍ ହୋଇଥିଲା। ତେବେ ଏହାର ଜବାବ୍ ରେ ଆଇସିସି କହିଥିଲା ଯେ ମ୍ୟାଚ୍ ରେ ଭାରତୀୟ ସେନା ର ଟୋପି ପିନ୍ଧିବା ପାଇଁ ଇଣ୍ଡିଆ ଆମର ଅନୁମତି ନେଇଥିଲା। ଆଉ ଆଇସିସି ର ଏହି ଜବାବ୍ ରେ ପାକିସ୍ତାନ ର ମୁହଁ ଚୁପ୍ ହୋଇଯାଇଛି।

୮ ମାର୍ଚ୍ଚ ରେ ରାଞ୍ଚି ରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ମ୍ୟାଚ୍ ରେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ରେ ଶହିଦ ହୋଇଥିବା ଯବାନ ଙ୍କ ସମ୍ମାନ ଜଣାଇବା ଉଦ୍ଦେଶ୍ୟ ରେ ବିରାଟ ବାହିନୀ ଭାରତୀୟ ସେନା ର ସ୍ଵତନ୍ତ୍ର ଟୋପି ପିନ୍ଧି ପଡିଆକୁ ଓହ୍ଲାଇଥିଲେ। ଏପରିକି ଗୋଟିଏ ମ୍ୟାଚ୍ ର ଫି ମଧ୍ୟ ରାଷ୍ଟ୍ରୀୟ ସୁରକ୍ଷା କୋଷ କୁ ଦାନ କରିଥିଲେ ଟିମ୍ ଇଣ୍ଡିଆ ର ଖେଳାଳି । ଯାହାକୁ ନେଇ ଆପତ୍ତି ଉଠାଇଥିଲା ପକିସ୍ଥାନ ର କ୍ରିକେଟ୍ ବୋର୍ଡ ଓ ପାକିସ୍ଥାନ ବୈଦେଶିକ ମନ୍ତ୍ରୀ।

ପିଶିବି ମୁଖ୍ୟ କହିଥିଲେ ଯେ ଭାରତୀୟ ଟିମ୍ ଅନ୍ୟ ଉଦ୍ଦେଶ୍ୟ ରେ ଟୋପି ର ବ୍ୟବହାର ପାଇଁ ଆଇସିସି ର ଅନୁମତି ନେଇଥିଲେ, କିନ୍ତୁ ଏହାର ବ୍ୟବହାର ଅନ୍ୟ ଉଦ୍ଦେଶ୍ୟ ରେ ବ୍ୟବହାର କରିଥିଲା ଟିମ୍ ଇଣ୍ଡିଆ। ଯାହା ଆଦୌ ଗ୍ରହଣୀୟ ନୁହେଁ। ସେହିଭଳି ପାକିସ୍ତାନ ବୈଦେଶିକ ମନ୍ତ୍ରୀ କହିଥିଲେ ପୁରା ବିଶ୍ଵ ଦେଖିଲା ଭାରତୀୟ ନିଜ ଖେଳ ଟୋପି ବଦଳ ରେ ଭାରତୀୟ ସେନା ର ଟୋପି ପିନ୍ଧି ପଡିଆ କୁ ଓହ୍ଲାଇଥିଲେ। କଣ ଏହାକୁ ଆଇସିସି ଦେଖିପାରୁ ନାହିଁ। କିନ୍ତୁ ଏହାର ଜବାବ୍ ରେ ଆଇସିସି ଜବାବ୍ ଦେଇଛନ୍ତି ଯେ ଶହିଦ ଯବାନ ମାନଙ୍କ ଉଦ୍ଦେଶ୍ୟ ରେ ଏହି ସ୍ଵତନ୍ତ୍ର ଟୋପି ପିନ୍ଧିବା କୁ ଅନୁମତି ମାଗିଥିଲା ଏବଂ ଆଇସିସି ଏହାକୁ ଅନୁମତି ମଧ୍ୟ ଦେଇଥିଲା। ଏହା ଶୁଣି ପକିସ୍ଥାନ ର ମୁହଁ ଚୁପ୍ ହେଇଯାଇଥିଲା।

Leave a Reply

Your email address will not be published. Required fields are marked *