ଟିକେଟ ଅଫର କୁ ଦୁଇ ସହିଦ ପରିବାରଙ୍କ ପ୍ରତ୍ୟାଖାନ ପୁଅ ଦେଶ ପାଇଁ ଜୀବନ ଦେଇଛି ,ବଳିଦାନ କୁ ରାଜନୀତି କରି କଳଙ୍କିତ ହେବାକୁ ଦେବୁନି

ପୁଲୱାମା ଆକ୍ରମଣରେ ଓଡିଶାରୁ ଦୁଇ ବୀର ଯବାନ ମନୋଜ ବେହେରା ଏବଂ ପ୍ରସନ୍ନ ସାହୁ ସହିଦ ହେଇଯାଇଥିଲେ I ସାରା ଓଡିଶା ତାଙ୍କ ପାଇଁ ଗୁମୁରି କାନ୍ଦୁଥିବା ବେଳେ ଦେଶପାଇଁ ଦେଇଥିବା ବଳିଦାନ କୁ ନେଇ ଗର୍ଵ ଅନୁଭବ କରୁଥିଲେ Iସାରା ଓଡ଼ିଶାରେ ତାଙ୍କ ପାଇଁ ଲୋକଙ୍କ ଭଲପାଇବା ଏବଂ ଶ୍ରଦ୍ଧା ବଢିଯାଇଥିଲା I ତେବେ ନିର୍ବାଚନ ପାଖେଇ ଆସୁଥିବାରୁ ଦୁଇ ସହିଦ ଙ୍କ ପତ୍ନୀ ଙ୍କୁ ଟିକେଟ ଦେଇ ଅନୁକମ୍ପା ଭୋଟ ହାତେଇବାକୁ ୩ଦଳ ଯଥା ସମ୍ଭବ ଉଦ୍ୟମ କରିଥିଲେ I

ବିଜେଡି କଂଗ୍ରେସ ବିଜେପି ପକ୍ଷରୁ ତାଙ୍କ ପରିବାର ଙ୍କୁ ଟିକେଟ ଅଫର ଦିଆଯାଇଥିଲେ ମଧ୍ୟ ସନମାନ ର ସହିତ ଏହି ପ୍ରସ୍ତାବ କୁ ଉଭୟ ପରିବାର ପ୍ରତ୍ୟାଖାନ କରିଦେଇଛନ୍ତି I ଏନେଇ ସହିଦ ମନୋଜଙ୍କ ପତ୍ନୀ ଇଲିଲତା ବେହେରା କହିଛନ୍ତି ଯେ ବିଜେପି , ବିଜେଡି,ଓ କଂଗ୍ରେସରୁ ଟିକେଟ ଅଫର ଆସିଥିଲା ,କିନ୍ତୁ ସେ ରାଜନୀତି କରିପାରିବେନି ନିଜ ସ୍ୱାମୀଙ୍କ ସହିଦ ଙ୍କୁ ନେଇକି I

ଅପରପକ୍ଷରେ ସହିଦ୍ ପ୍ରସନ୍ନ ସାହୁ ଙ୍କ ପତ୍ନୀ କହିଛନ୍ତି କି ନା ତାଙ୍କର ଆଉ ଧର୍ଯ୍ୟ ଅଛି ନା ରାଜନୀତି ରେ ରୁଚି Iସ୍ୱାମୀଙ୍କୁ ନେଇ ସେ ରାଜନୀତି କରିବେନି କିମ୍ବା ତାଙ୍କ ପରିବାର ର କିଏ ବି ରାଜନୀତି କୁ ଆସିବେନି I

ଟିକେଟ ପାଇଁ ନେତାମାନେ ସୁପ୍ରିମ ଙ୍କ ପାଖରେ ଅଧିଆ ପଡୁଥିବା ବେଳେ ୩ଦଳର ଟିକେଟ ପ୍ରସ୍ତାବ କୁ ପାଦରେ ଆଡେଇଦେବା ସତରେ ପ୍ରମାଣିତ କରୁଛି ଯେ ସେ ଓଡ଼ିଶାର ଗର୍ବ ସହିଦ ଙ୍କ ପତ୍ନୀ ଏବଂ ପରିବାର I

Leave a Reply

Your email address will not be published. Required fields are marked *