ବିଜେପି ଯିବେନି ଦାମ !! ପୁଅ ସମ୍ବିତ ଏବଂ ଝିଅ ପ୍ରୀତିନନ୍ଦାଙ୍କୁ ମିଳିବ ଟିକେଟ !

ନବୀନ ଙ୍କ ବିରୁଧରେ ରଣହୁଙ୍କାର ଦେଇ ସ୍ୱର ଉଠାଇଥିବା ଦାମ ରାଉତ ବିଜେପି ଯିବା ନେଇ ଚର୍ଚା ହେଇଥିଲା ଏପରିକି ଦାମ ମଧ୍ୟ ନିଜେ ଦିଲ୍ଲୀ ଯାଇ ଧର୍ମେନ୍ଦ୍ର ଙ୍କ ସହିତ ଆଲୋଚନା କରିଥିଲେ I ପାରାଦ୍ୱୀପ ଲୁଣୀପାଣିରେ ମଧ୍ୟ ପଦ୍ମ ଫୁଟାଇ ପାରିବେ ବୋଲି କହିବା ସହିତ ଦିନେ ଦୁଇଦିନ ମଧ୍ୟରେ ନିଷ୍ପତି ନେଇ ଜଣାଇବେ ବୋଲି ପ୍ରତିକ୍ରିୟା ରଖିଥିଲେ I ଦାମ ଙ୍କ ବିଜେପି ଯୋଗଦାନ ନିଷ୍ପତି ପରେ ବିଜେଡି ରେ ହଇଚଇ ସୃଷ୍ଟି ହେଇଥିଲା I

କଳେବଳେ କୌଶଳେ ଦାମ ଙ୍କୁ ଅଟକାଇବାକୁ ପ୍ରୟାସ ଚାଲୁଥିଲା I ତେବେ ନିର୍ଧାରିତ ସୂତ୍ର ଅନୁଯାଇ ଦାମ ଙ୍କ ପୁଅ ସମ୍ବିତ ରାଉତରାୟ ଏବଂ ଝିଅ ପ୍ରୀତିନନ୍ଦା ଙ୍କୁ ଭୁବନେଶ୍ୱର ମେୟର କିମ୍ବା ବିଜେଡି ର ବିଧାୟକ ପ୍ରାଥୀ ଟିକେଟ ମିଳିବ ବୋଲି ନିର୍ଭର ପ୍ରତିଶୃତି ମିଳିବା ପରେ ଦାମ ଙ୍କୁ ବୁଝାଇଥିଲେ ପୁଅ ସମ୍ବିତ I

ଶୁଣାଯାଉଛି ପୁଅ ର ଭବିଷ୍ୟତ ପାଇଁ ନିରବ ରହିବେ ଦାମ I ବିଜେଡି ବିରୁଧରେ ସ୍ୱର ଉତ୍ତୋଳନ କରିବେନି କି ବିଜେପି ରେ ମିଶିବେନି I ତେବେ ଏ ସମସ୍ତ ଘଟଣାର ସୂତ୍ରଧର କୁଆଡେ ବାବୁ ବବି ଦାସ ,ଏକଥା ଆମେ କହୁନୁ ଭିତିରିଆ ଲୋକେ କହୁଛନ୍ତି I

Leave a Reply

Your email address will not be published. Required fields are marked *