ଥାନାରେ ପଶି ଥାନାବାବୁଙ୍କୁ ନିର୍ଘାତ ପିଟିଥିବା ବିଜେଡି ଯୁବ ଉପସଭାପତି ଙ୍କୁ ସିଲଟ ଧରାଇଥିବାରୁ ପୋଲିସ ବିରୁଧରେ ପ୍ରତିବାଦ

ସହିଦ ନଗର ଥାନାରେ ପଶି ଗୁଣ୍ଡାଗିରି କରି ,ପୋଲିସ ଙ୍କୁ ମାଡ ମାରି ଫେରାର ହେଇଯାଇଥିବା ବିଜେଡି ଯୁବ ଉପସଭାପତି ତଥା ବାଣୀ ବିହାରର ଛାତ୍ର ସଂସଦର ପୂର୍ବତନ ସଭାପତି ପ୍ରକାଶ ତ୍ରିପାଠୀ ଧରାପଡ଼ିବା ପରେ ସହିଦନଗର ପୋଲିସ ବାବୁ ପ୍ରକାଶଙ୍କୁ ସିଲଟ ଧରାଇଦେଇଥିଲେ ଯାହାର ଫୋଟୋ ସୋସିଆଲ ମିଡ଼ିଆ ଠାରୁ ଆରମ୍ଭ କରି ଗଣମାଧ୍ୟମ ରେ ଦେଖିବାକୁ ମିଳିଥିଲା I

ତେବେ ପୋଲିସ ଙ୍କୁ ମଦ ମାରି ଧରାପଡିଥିବା ପ୍ରକାଶ ଙ୍କୁ ସିଲଟ ଧରାଇବା ଘଟଣାରେ ପ୍ରତିବାଦ କରିଛି ‘ଓଡିଶା ଷ୍ଟୁଡେଣ୍ଟ ଲିଡ଼ର୍ସ ଫୋରମ’ I ସଂଘଠନ କହିବାନୁଯାୟୀ ପ୍ରକାଶ ଆତ୍ମସମର୍ପଣ କରିବା ପରେ ମଧ୍ୟ ପୋଲିସ ତାଙ୍କୁ ନିର୍ଘାତ ମାଡ ମାରିବା ସହିତ ସିଲଟ ଧରାଇଥିଲା ଯାହାକି ସମଗ୍ର ଛାତ୍ର ସମାଜ ପାଇଁ ଘୋର ଅପମାନ ର କଥା ।ପୋଲିସ ର ଏପରି କାର୍ଯ୍ୟପାଇଁ ସାରା ରାଜ୍ୟରେ ପୋଲିସ ବିରୁଧରେ ଛାତ୍ରମାନେ ପ୍ରତିବାଦ କରିବେ I

Leave a Reply

Your email address will not be published. Required fields are marked *