ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୫ ବର୍ଷ ,ଆସନ୍ତୁ ଜାଣିବା ପ୍ରଧାନମନ୍ତ୍ରୀ ଭାବେ କେତେ ସଫଳ କେତେ ବିଫଳ

ପାଖେଇ ଆସୁଛି ନିର୍ବାଚନ ,ମନରେ ବହୁତ ପ୍ରଶ୍ନ ଉଠୁଛି ପୁଣି ମୋଦିଙ୍କ ରାଜ ଚାଲିବ ନା ନାହିଁ I ପାଂଚ ବର୍ଷ ହେଲା ମୋଦି ଭଲ କାମ କରୁଛନ୍ତି କି ନାହିଁ ,କଣ ମୋଦିକୁ ଆଉ ଏକ ସୁଯୋଗ ଦେବା ଦରକାର ନା ନାହିଁ I ପାଂଚ ବର୍ଷ ହେଲା ମୋଦିଙ୍କ ନେତୃତ୍ୱରେ କେତେ ଭଲ କାମ ହେଇଚି ଏବଂ କେତେ ଖରାପ କାମ ହେଇଚି ଚାଲନ୍ତୁ ନଜର ପକାଇବା I ସଫଳତା : ପାଞ୍ଚ ବର୍ଷ ଭିତରେ ଯେତିକି ସଡକ ନିର୍ମାଣ ହେଇଛି ସେତିକି ଭାରତରେ କେବେ ପୂର୍ବରୁ ହେଇନି I ପ୍ରୋଜେକ୍ଟ ଭାରତ ମାଲ୍ୟ ଆରମ୍ଭରେ 35000କି.ମି ପର୍ଯ୍ୟନ୍ତ ହାଇୱେ ଦେଶ ଭିତରେ 16ଟି ରାଜ୍ୟକୁ ଯୋଡ଼ା ହେଇଚି I

ଏହା ସହିତ ସବୁଠୁ ବଡ ପ୍ରୋଜେକ୍ଟ ହେଉଛି ସାଗରମାଳା I ଯେଉଁଥିରେ କି ଭାରତର ପୁରା 7500 କି.ମି.କୋଷ୍ଟ ଲାଇନରେ ହେଉଥିବା ଟ୍ରେଡ଼ ସୁଧାର ଯାଇପାରିବ I ମୁମ୍ବାଇ ଓ ଦିଲ୍ଲୀ ଏୟାରପୋର୍ଟରେ ଅଧିକ ଲୋଡ଼ ଓ ଭିଡକୁ କମ କରିବା ପାଇଁ ତାଙ୍କ ପାଖରେ ମୁମ୍ବାଇ ଏୟାରପୋର୍ଟ ଓ ଜିଭର ଇଣ୍ଟରନେଶନାଲ ଏୟାରପୋର୍ଟର ଲଂଚକୁ ଜାରି କରାଯିବ I ନର୍ଥ-ଇଷ୍ଟ ରେ ବୀ 22 ଟି ଏୟାରପୋର୍ଟ ତିଆରି କରାଯିବ I କଂଗ୍ରେସ ସରକାର ତୁଳନାରେ ଇନ୍ଫ୍ରାସେକ୍ଟର 134 ପରସେଣ୍ଟଜେ ବଢିଛି ଓ ରୋଡ ସେକ୍ଟର 190 ପରସେଣ୍ଟଜେ ବଢିଛି I କଲଚର ବିଭାଗରେ ଦେଖିବା ତ ପୂର୍ବରୁ ଯେଉଁ କୁମ୍ଭ ମେଳା ହେଉଥିଲା ତା ଅନୁସାରେ ଏହି କୁମ୍ଭ ମେଳାରେ ବହୁତ ସଫା କରାଯାଇଛି I

ମୋଦି ଆଉ ଏକ ଯୋଜନା ଲଞ୍ଚ କରିବାକୁ ଯାଉଛନ୍ତି ଯେଉଁଥିରେ 2022 ପର୍ଯ୍ୟନ୍ତ ଗରିବ ମାନଙ୍କ ପାଇଁ 1 କୋଟି ଘର ପ୍ରସ୍ତୁତ ହେବ I ସ୍ୱଚ୍ଛ ଭାରତ ଅଭିଯାନ ଜରିଆରେ 9 କୋଟି ରୁ ଅଧିକ ଟଏଲେଟ ଭାରତରେ ନିର୍ମାଣ କରାଯାଇଛି I ଦେଶର ସବୁଠୁ ବଡ 4ଜି ନେଟୱାର୍କ ଜିଓକୁ ମୁକେଶ ଅମ୍ବାନୀ ସହିତ ମୋଦି ମିଶି ସମ୍ଭବ କରିଛନ୍ତି ଯେଉଁଥିରେ କମ ପଇସାରେ ହାଇ ସ୍ପିଡ଼ ଇଣ୍ଟରନେଟ ପ୍ରଥମ ଥର ପାଇଁ ଭାରତରେ ସମ୍ଭବ ହେଇପାରିଛି I

ନର୍ଥ -ଇଷ୍ଟ ରେ ପୂର୍ବ ଅପେକ୍ଷା ବହୁତ ସୁରକ୍ଷା ବ୍ୟବସ୍ତା ସୁଧୁରିଛିI ଜିଏସ୍ଟି ଲାଗୁ ପରେ ବହୁ ବେପାରୀଙ୍କୁ ସମସ୍ୟା ହେଇଚି କିନ୍ତୁ ଏହା ପୂର୍ବାପେକ୍ଷା ସରଳ ହେଇପାରିଛି I ଭିର୍ଣ୍ଣ ଭିର୍ଣ୍ଣ ଟ୍ୟାକ୍ସ ନହେଇ ଗୋଟିଏ ହେଇପାରିଛି I ମେକ ଇନ ଇଣ୍ଡିଆ ଭଳି ଏକ ଭଲ ପ୍ରୋଗ୍ରାମ କରାଯାଇଛି I ଆତଙ୍କବାଦୀ ଙ୍କୁ ଦୃଢ ଜବାବ ଦିଆଯାଇଛି ଯାହାର କି ଉଦାହରଣ ନିକଟରେ ଦେଖିବାକୁ ମିଳିଥିଲା I ଦେଶ ଭିତରେ ଅଧିକରୁ ଅଧିକ ଘରକୁ ଏଲ .ପି.ଜି .ଗ୍ୟାସ ପାଇପ ଲାଇନ ଦିଆଯାଇଛି I

ଗାଁରେ ବିଜୁଳି ଅଭାବକୁ ତ୍ୱରିତ ବେଗରେ ଦୂର କରାଯାଇଛି I ତାଙ୍କ ଦ୍ୱାରା ଲଂଚ କରାଯାଇଥିବା ଜନ ଧନ ଯୋଜନାକୁ କେହି ଭୁଲିପାରିବେ ନାହିଁ I ଏଥିରେ 3 କୋଟି ନୂଆ ବ୍ୟାଙ୍କ ଏକାଉଣ୍ଟସ ଖୋଲାଯାଇଛି Iଅନ୍ତର୍ଜାତୀୟ ସ୍ତରରେ ଭାରତ ସହିତ ପଡୋଶୀ ରାଜ୍ୟର ସମ୍ପର୍କ ସୁଦୃଢ ହେଇପାରିଛି I ବିଫଳତା :ବିଫଳତା ଭାବରେ ମୋଦିଙ୍କ ପ୍ରଥମ କାର୍ଯ୍ୟ ଆସିବ ,ଡି-ମନେଟାଇଜେସନ I

ଏହା ଲାଗୁ ହେବା ପରେ ସବୁ ଭାରତୀୟ ଲୋକେ ବହୁ ହଇରାଣ ହେଇଥିଲେ ତଥାପି ବିଶ୍ୱାସ ରହିଥିଲା କି ଦେଶକୁ କଳାଧନ ଫେରି ଆସିବ,କିନ୍ତୁ ଏପର୍ଯ୍ୟନ୍ତ କଳାଧନ ଯଉଠି ଥିଲା ସେଇଠି ଅଛି I ନୂଆ ପଇସା ପ୍ରିଣ୍ଟିଂଗି ପାଇଁ 20 ହଜାର କୋଟି ଲାଗିଥିଲା ଯାହାର ଆଉଟପଟ ଏପର୍ଯ୍ୟନ୍ତ ଦେଖାଯାଇନାହିଁ I 2)ବେରୋଜଗାରୀ ମୁଖ୍ୟ ଇସ୍ତାହାର ହେଇଥିଲେ ମଧ୍ୟ ଏତେ ବଡ ସମସ୍ୟାର ଏପର୍ଯ୍ୟନ୍ତ କିଛି ସମାଧାନ କରାଯାଇନାହିଁ I 3)ଦେଶରୁ ବିଜୟ ମାଲ୍ୟା ଓ ନିରବ ମୋଦି ଟଙ୍କା ଖାଇ ଠକି ଚାଲିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ I

ଭୁବନେଶ୍ୱର ରୁ ଲକି ,ଓଡିଶା Exclusive I ଅଧିକ ତାଜା ଖବର ପାଇଁ ଫେସବୁକ ରେ ଫଲୋ କରନ୍ତୁ I

Leave a Reply

Your email address will not be published. Required fields are marked *