ଫେରିଲା ଶାନ୍ତି ଧନ୍ୟବାଦ ଜଣାଇଲେ ବାଣୀବିହାର ଛାତ୍ର ଛାତ୍ରୀ ମାନେ

ବହୁଦିନ ପରେ ବାଣୀବିହାର କୁ ଶାନ୍ତି ଫେରିଛି । କ୍ୟାମ୍ପରେ ବିଭିନ୍ନ ସମସ୍ୟା କୁ ନେଇ ଅଧିକାଂଶ ସମୟ ବାଣୀବିହାର ଅଶାନ୍ତ ରହୁଥିବା ବେଳେ କିଛି ଅଣଛାତ୍ର ହଷ୍ଟେଲକୁ କବଜା କରି ରହିବା କ୍ୟାମ୍ପସର ଶୈକ୍ଷିକ ବାତାବରଣ କୁ ନଷ୍ଟ କରୁଥିଲା। ଯୋଉଥିପାଇଁ ବାଣୀବିହାର ନିଜର ମର୍ଯ୍ୟାଦା ହରାଉଥିଲା ଓ ଅଶାନ୍ତ ରହୁଥିଲା।

ତେଣୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଓ କମିଶନରରେଟ ପୋଲିସର ମିଳିତ ଉଦ୍ୟମରେ କବଜା କରି ରହୁଥିବା ଅନେକ ଅଣଛାତ୍ରଙ୍କୁ ହଷ୍ଟେଲରୁ ବାହାର କରାଯାଇଥିଲା। ଯାହାକୁ ସମସ୍ତ ଛାତ୍ରଛାତ୍ରୀ ସ୍ଵାଗତ କରିଥିଲେ ବାଣୀବିହାର ହଷ୍ଟେଲକୁ ଅଣଛାତ୍ରଙ୍କ କବଜା ରୁ ଫେରେଇ ଆଣିବା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଓ କମିଶନରେଟ ପୋଲିସ କରିଥିବା କାର୍ଯ୍ୟ ପ୍ରଶଂସା କରି ଆଜି ବିଶ୍ୱବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ କମିଶନରରେଟ ପୋଲିସ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜନେଇଛନ୍ତି।

Leave a Reply

Your email address will not be published. Required fields are marked *