ସଚିନ, କୋହଲି, ଧୋନୀ, ଙ୍କୁ ମୋଦି ଙ୍କ ଗୁରୁ ଦାୟିତ୍ୱ

ସରିଛି ସାଧାରଣ ନିର୍ବାଚନ ତାରିଖ ଘୋଷଣା I ତେବେ ପ୍ରତିଥର ଠାରୁ ଏଥରକ ଅଧିକ ସଂଖ୍ୟାରେ ମତଦାନ କରିବାକୁ ଭୋଟର ଙ୍କୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି I ଅଧିକ ସଂଖ୍ୟାରେ ମତଦାନ କରିଲେ ହିଁ ଦେଶରେ ଲୋକତନ୍ତ୍ର ର ବିଜୟ ହେବ I ସେଥିପାଇଁ ଏହାର ଦାୟିତ୍ୱ ଏବେ ମୋଦି ସମସ୍ତ କ୍ରିକେଟର ,ସଂଗୀତକାର ,ଗଣମାଧ୍ୟମ ସହିତ ସମସ୍ତ ବୁଦ୍ଧିଜୀବୀ ମାନଙ୍କୁ ଅର୍ପଣ କରିଛନ୍ତି I

ଗତକାଲି ଏନେଇ ଏକ ଟ୍ୱିଟ କରି ମହେନ୍ଦ୍ର ସିଂ ଧୋନୀ,ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କୁ କହିଛନ୍ତି କି କ୍ରିକେଟ ପଡିଆରେ ସବୁବେଳେ ଅସାଧାରଣ ରେକର୍ଡ କରୁଛ ଏଥରକ ଦେଶବାସୀଙ୍କୁ ଯୋଗ୍ୟ ପ୍ରାଥୀଙ୍କୁ ବିପୁଳ ପରିମାଣରେ ଭୋଟ ଦେବାକୁ ଉତ୍ସାହିତ କରିବା ତୁମ୍ଭର କର୍ତବ୍ୟIଆଗାମୀ ନିର୍ବାଚନ ରେ ୧୩୦ କୋଟି ଦେଶବାସୀ କିପରି ନିଜର ବହୁମୂଲ୍ୟ ମତାମତ ଦେବେ ସେ ଦାୟିତ୍ୱ ଏବେ ତୁମମାନଙ୍କୁ ଦିଆଗଲା I ଏହାସହିତ ସଚିନ ତେନ୍ଦୁଲକର,,ବୀରେନ୍ଦ୍ର ସେହବାଗ ,ଅନୀଲ କୁମ୍ବଲେ, ଭିଭିଏସ୍‌ ଲକ୍ଷ୍ମଣ ଙ୍କୁ ମଧ୍ୟ ମୋଦି ଟ୍ୱିଟ କରି ସମସ୍ତଙ୍କୁ ମତଦାନ କରିବାକୁ ଉତ୍ସାହିତ କରିବାକୁ କହିଛନ୍ତି I

Leave a Reply

Your email address will not be published. Required fields are marked *