ଆଉ ନାହାନ୍ତି ଗୋଆ ମୁଖ୍ୟମନ୍ତ୍ରୀ ,ଚାଲିଗଲେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ପାରିକର

ଗୋଆ ତିନିଥର ମୁଖ୍ୟମନ୍ତ୍ରୀ ହେଇଥିବା ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମନୋହର ପାରିକର ଆଉ ନାହାନ୍ତି I 63ବର୍ଷ ବୟସରେ ସ୍ଥିର ହେଇଯାଇଛନ୍ତି ମନୋହର I ସରଳ ତଥା ନିରାଡ଼ମ୍ବର ଜୀବନ ପାଇଁ ସମସ୍ତଙ୍କର ପ୍ରିୟ ଥିଲେ ପାରିକର I ଏପରିକି ଶରୀର ଅସୁସ୍ଥ ଥିଲେ ମଧ୍ୟ ନାକରେ ନଳୀ ଲଗାଇ ବିଧାନସଭାରେ ପହଁଚିଯାଉଥିଲେ ସେ I ତେବେ ଦୀର୍ଘଦିନ ଧରି କ୍ୟାନ୍ସର ରେ ପୀଡିତ ଥିବାବେଳେ ତାଙ୍କର ଚିକିତ୍ସା କରାଯାଉଥିଲା I ସମସ୍ତଙ୍କୁ ଶୋକସନ୍ତପ୍ତ ରେ ବୁଡାଇ ସବୁଦିନ ପାଇଁ ଆଖି ବୁଜିଦେଇଛନ୍ତି ପାରିକର I ଖବର ଜଣାପଡିବା ପରେ ସବୁ ମହଲ ରୁ ତାଙ୍କ ଶେଷ ଦର୍ଶନ ପାଇଁ ଭିଡ ଜମିବାରେ ଲାଗିଛି I ପାରିକର ଙ୍କ ଦେହାନ୍ତ ରେ ଗୋଆ ରେ ରାଜନୈତିକ ସଙ୍କଟ ଦେଖାଯାଇପାରେ ବୋଲି ଆକଳନ କରାଯାଉଛି I

Leave a Reply

Your email address will not be published. Required fields are marked *