ଏମିତି ଥିଲେ ଗୋଆ ମୁଖ୍ୟମନ୍ତ୍ରୀ :ସ୍କୁଟର ରେ ଆସୁଥିଲେ ବିଧାନସଭା ,ଚାଳିଆ ହୋଟେଲ ରେ ଖାଉଥିଲେ

ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ଗତକାଲି ସନ୍ଧ୍ୟାରେ 63 ବର୍ଷ ବୟସରେ ଆରପାରିକୁ ଚାଲିଯାଇଛନ୍ତି I ଖବର ଜଣାପଡିବା ପରେ ସବୁ ମହଲରେ ଶୋକର ଛାୟା ଖେଳିଯାଇଛି I ଚାରିଥର ମୁଖ୍ୟମନ୍ତ୍ରୀ ହେଇଥିବା ଲୋକପ୍ରିୟ ନେତା ଙ୍କ ପରଲୋକ ରେ ସବୁ ମହଲରୁ ଗଭୀର ଶୋକ ପାଳନ କରାଯାଇଛି I ଆଜି ପାରିକରଙ୍କ ବିୟୋଗରେ ଗୋଆ ଏବଂ ରାଜଧାନୀ ଦିଲ୍ଲୀରେ ଜାତୀୟ ଶୋକ ପାଳନ କରାଯିବା ସହିତ, ଜାତୀୟ ପତାକା କୁ ଅର୍ଦ୍ଧନିମିତ କରାଯିବ I

ମନୋହର ଜଣେ ଅସାଧାରଣ ନେତା ଥିଲେ ମଧ୍ୟ ଦୈନଦିନ ଜୀବନ ଥିଲା ସାଧାରଣ I ମୁଖ୍ୟମନ୍ତ୍ରୀ ହେଇଥିଲେ ମଧ୍ୟ ଟିକିଏ ବି ଗର୍ବ ନଥିଲା ,ସାଧାରଣ ଲୋକଙ୍କ ପରି ଚଳୁଥିଲେ I ଏପରିକି ଅଧିକାଂଶ ସମୟ ସ୍କୁଟର ରେ ବିଧାନସଭା ଆସୁଥିଲେ I ସରକାରୀ ସୁବିଧା ସୁଯୋଗ ନେବାକୁ ସବୁବେଳେ ମନା କରୁଥିଲେ I ବହୁତ ସମୟ ପର୍ଯ୍ୟନ୍ତ ସରକାରୀ ବାସଭବନ ବ୍ୟବହାର କରିନଥିଲେ I ଜଣେ ଅତି ସାଧାରଣ ଲୋକଙ୍କ ପରି ତାଙ୍କୁ ରାସ୍ତାଘାଟ ରେ ଚା ପିଉଥିବାର ମଧ୍ୟ ଦେଖିବାକୁ ମିଳେ

I ସବୁବେଳେ ସାଦା ପୋଷାକ ରେ ନଜର ଆସନ୍ତି ପାରିକର Iନିଜ ପୁଅର ବିବାହ ମଧ୍ୟ ପୁରା ନିରାଡ଼ମ୍ବର ଭାବେ କରିଥିଲେ ,ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା I ଶରୀର ଅସୁସ୍ଥ ଥିଲେ ମଧ୍ୟ ବିଧାନସଭାରେ ନାକରେ ନଳୀ ଲଗାଇ ପହଞ୍ଚିଥିଲେ ଶେଷ ବିଲ ପାରିତ କରିବାକୁ I

ସାଧାରଣ ଚାଲି ଚଳଣି ,ଲୋକଙ୍କ ସେବା ଏବଂ ଦୁର୍ନୀତିର କାଣିଚାଏ ଛିଟା ନପଡିବା ହେତୁ ସମସ୍ତଙ୍କର ପ୍ରିୟ ହେଇପାରିଥିଲେ ପାରିକର I ଆଜି ତାଙ୍କ ନିଧନ ରେ ସାରା ଦେଶରେ ଶୋକ ଖେଳିଯାଇଛି I

Leave a Reply

Your email address will not be published. Required fields are marked *