କଂଗ୍ରେସ ଛାଡି ବିଜେପିରେ ଯୋଗଦେଲେ ସାଲେପୁର ବିଧାୟକ ପ୍ରକାଶ ବେହେରା

ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟାଳୟଠାରେ ହୋଇଥିବା ମିଶ୍ରଣ ପର୍ବରେ ଦଳରେ ଯୋଗ ଦେଇଛନ୍ତି ପ୍ରକାଶ ବେହେରା | ଏହି ମିଶ୍ରଣ ପର୍ବରେ ପ୍ରଭାରୀ ଅରୁଣ ସିଂ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପ ସଭାପତି ବୈଜୟନ୍ତ ପଣ୍ଡା, ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ପ୍ରମୁଖ ଥିଲେ |

ପ୍ରକାଶ ଥାଉ ଯେ କାଲି କଂଗ୍ରେସରୁ ଇସ୍ତଫା ଦେଇଥିଲେ ସାଲେପୁର ବିଧାୟକ ପ୍ରକାଶ ବେହେରା । କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଥିଲେ । ଦଳରେ ତାଙ୍କୁ ଅଣଦେଖା କରାଯାଇଥିବା ନେଇ ସେ ଇସ୍ତଫା ପତ୍ରରେ ଉଲ୍ଲେଖ ମଧ୍ୟ କରିଥିଲେ । ତେବେ ଇସ୍ତଫା ଦେବାପରେ ପ୍ରକାଶ ବେହେରା କେଉଁ ଦଳକୁ ଯିବେ ସେ ନେଇ ଜୋରଦାର ଚର୍ଚ୍ଚା ହେଉଥିଲା । ତେବେ ସେ ବିଜେପି ଦଳରେ ଯୋଗଦେବେ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଯାଇଥିଲା ଏବଂ ଆଜି ସେ ବିଧିବଦ୍ଧଭାବେ ବିଜେପିରେ ଯୋଗ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *