ପୋଷ୍ଟମୋର୍ଟମ ହେବା ପୂର୍ବରୁ ଉଠିବସିଲେ ଯୁବକ ,ଭଦ୍ରକ ରେ ଜୀବିତ ଲୋକର ଡାକ୍ତର ଦେଲେ ପୋଷ୍ଟମୋର୍ଟମ ନିର୍ଦେଶ i

ଡାକ୍ତର ଙ୍କୁ ସାଧାରଣତଃ ଆମେ ଭଗବାନ ଭାବେ ମାନିଥାଉ I ଆଖିବୁଜି ବିଶ୍ୱାସ କରିଥାଉ I କାହିଁକିନା ମୃତ୍ୟୁ ମୁଖରୁ ଜୀବନ ଫେରେଇ ଆଣିଥାନ୍ତି ଡାକ୍ତର I ତେବେ ଭଦ୍ରକ ରେ ଦେଖିବାକୁ ମିଳିଛି ଏକ ଚାଞ୍ଚଲ୍ୟକର ଘଟଣା I ଜଣେ ଯୁବକ ବଞ୍ଚିଥାଉ ଥାଉ ଡାକ୍ତର ତାଙ୍କୁ ମୃତ ଘୋଷଣା କରି ପୋଷ୍ଟମୋର୍ଟମ ପାଇଁ ନିର୍ଦେଶ ଦେଇଥିଲେ I ଘଟଣା ଅନୁଯାଇ ଭଦ୍ରକ ର ଖଟୁଆପାଟଣା ଗ୍ରାମର ସୁଜିତ ଖଟୁଆ ଙ୍କ ଶରୀର ଅସୁସ୍ଥ ହେବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା

I କିନ୍ତୁ ବାଟରେ ସେ ଅଚେତ ହେଇପଡ଼ିଥିଲେ I ରାତି ସମୟରେ କାର୍ଯ୍ୟରତ ଡାକ୍ତର ତାଙ୍କୁ ପରୀକ୍ଷା କରି କହିଥିଲେ ଯେ ସେ ମୃତ, ତାଙ୍କର ପୋଷ୍ଟମୋର୍ଟମ କରାଯିବ ,ଏନେଇ ଲିଖିତ ମଧ୍ୟ ଦେଇଥିଲେ I ଏହାପରେ ପରିବାରରେ କାନ୍ଦବୋବାଳୀ ପଡିଯାଇଥିଲା I

କିନ୍ତୁ ସକାଳ ହେବା ମାତ୍ରେ ଯୁବକ ଜଣଙ୍କ ଉଠି ବସିଥିଲେ ଏବଂ ତାଙ୍କୁ ତୁରନ୍ତ ହସ୍ପିଟାଲ ରେ ଭର୍ତି କରାଯାଇଥିଲା I ଅନ୍ୟ ଜଣେ ଡାକ୍ତର ପରୀକ୍ଷା କରି କହିଥିଲେ କି ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି I ଏହାକୁ ନେଇ ଯୁବକ ଙ୍କ ଭାଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ,ପୋଲିସ ଘଟଣାର ତଦନ୍ତ ଜାରି ରଖିଛି I ଏନେଇ ଡାକ୍ତର କୌଣସି ପ୍ରତିକ୍ରିୟା ରଖିନାହାନ୍ତି I

Leave a Reply

Your email address will not be published. Required fields are marked *