ଦାମ ଙ୍କ ଭାଇ ବାମ କହିଲେ ଦାମ ହେଉଛନ୍ତି ଶତାଦ୍ଧିର ସବୁଠୁ ବଡ ମିଛୁଆ ଓ ଦୁର୍ନୀତିଗ୍ରସ୍ତ

ବିଜେଡି ର ତୁଣ୍ଡ ଦାମ ରାଉତ ସିଧାସଳଖ ଦଳରେ ଦୁର୍ନୀତି ର ଅଭିଯୋଗ ଆଣି ଦ୍ୱିତୀୟ କ୍ଷମତା କେନ୍ଦ୍ର ଙ୍କୁ ଟାର୍ଗେଟ କରିବା ପରେ ବିଦା ହେଇଥିଲେ I ଦଳରୁ ଅପମାନ ଜନକ ଭାବେ ବିଦା ହେବାପରେ ଓଡିଶା ସାରା ବୁଲି ବୁଲି ନବୀନ ଙ୍କ ବିରୁଦ୍ଧରେ ସମାବେଶ କରିଥିଲେ I ଶେଷରେ ନବୀନ ଙ୍କୁ ପାନେ ଦେବାକୁ 40ବର୍ଷର ରାଜନୈତିକ ପଥ କୁ ପଛରେ ଛାଡି ପ୍ରତିଶୋଧ ପାଇଁ ବିଜେପି ରେ ସାମିଲ ହେଇଥିଲେ ଏହି ବରିଷ୍ଠ ନେତା ,ଏବଂ ପୂର୍ବାପେକ୍ଷା ଅଧିକ ଶାଣିତ ଭାବରେ ନବୀନ ଙ୍କ ବିରୁଧରେ ସ୍ୱର ଉତ୍ତୋଳନ କରିଛନ୍ତି I

ତେବେ ଦାମ ରାଉତ ନିଜକୁ ସବୁଠାରୁ ବଡ ବିଯୁପ୍ରେମୀ ବୋଲି ଦାବି କରୁଥିବା ବେଳେ ସାମ୍ନାକୁ ଆସିଛନ୍ତି ତାଙ୍କ ଭାଇ ବାମ ରାଉତ Iଗଣମାଧ୍ୟମ ଆଗରେ ଖୋଲାଖୋଲି କହିଛନ୍ତି ଯେ ମୋ ଭାଇ ଦାମ ସବୁଠାରୁ ବଡ ମିଛୁଆ ଏବଂ ଦୁର୍ନୀତିଖୋର ବ୍ୟକ୍ତି I ଏହା ସହିତ ଆହୁରି କହିଛନ୍ତି ଯେ ଦାମ ଙ୍କୁ ମିଶାଇ ବିଜେପି ବହୁତ କ୍ଷତି ସହିବ Iଦିନେ ବିଜେପି ଏବଂ ଧର୍ମେନ୍ଦ୍ର ଙ୍କୁ ଆକ୍ଷେପ କରୁଥିଲେ ଆଜି ପୁଣି ବିଜେପି ରେ କେମିତି ମିଶିଲେ ?

ନିଜ ପଦପଦବୀ ବ୍ୟବହାର କରି ସେ ବହୁତ କଳାଟଙ୍କା ଅର୍ଜନ କରିଛନ୍ତି ,ତାଙ୍କ ପାଖରେ ବହୁତ ପଇସା ଅଛି I ତାଙ୍କ ପୁଅ ଝିଅ ଙ୍କୁ ଛାଡି ପରିବାର ର ସମସ୍ତ ଲୋକଙ୍କୁ ସେ ଅଯୋଗ୍ୟ କରିଦେଲେ I

Leave a Reply

Your email address will not be published. Required fields are marked *