ନୀରବଙ୍କୁ ୱାରେଣ୍ଟ ଜାରି କଲେ ଲଣ୍ଡନ କୋର୍ଟ: ଯେକୌଣସି ମୁହୂର୍ତ୍ତରେ ହୋଇପାରନ୍ତି ଗିରଫ

ଦେଶ ଛାଡ଼ି ଫେରାର ହୋଇଯାଇଥିବା ଏବଂ ଲଣ୍ଡନ ରେ ବୁଲୁଥିବା ଠକ ନୀରବ ମୋଦି କୁ ଗିରଫ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ବ୍ରିଟେନ ଅଦାଲତ ଦ୍ବାରା ମୋଦି ବିରୋଧ ରେ ଗିରଫ ୱାଣ୍ଟେଡେ ଜାରି କରାଯାଇଛି। ଲଣ୍ଡନ ର ପୋଲିସ ଯେ କୌଣସି ମୁହୂର୍ତ୍ତ ରେ ନୀରବ ଙ୍କୁ ଗିରଫ କରି ପରେ।

ନୀରବ ମୋଦି ପି ଏନ୍ ବି ବ୍ୟାଙ୍କ୍ ରୁ ୧୩ ହଜାର କୋଟି ଟଙ୍କା ଲୁଟି ଫେରାର ହୋଇଯାଇଛନ୍ତି। ଏବଂ ନିଜର ବେଶ ବଦଳାଇ ସେ ଲଣ୍ଡନ ରେ ଅଚିନ୍ତା ରେ ବୁଲୁଛନ୍ତି। ତାଙ୍କ ବିରୋଧ ରେ ରେଡି କରଣର ନୋଟିସ ଜାରି କରାଯାଇଛି। ଏହା ପରେ ବ୍ରିଟେନ କୋର୍ଟ ମାମଲା କୁ ଗମ୍ଭୀରତା ର ସହ ନେଇଛନ୍ତି ଏବଂ ଗିରଫ ୱାଣ୍ଟେଡ ଜାରି କରିଛନ୍ତି।

ଗିରଫ ହେବା ପରେ ନୀରବ କୋର୍ଟ ରୁ ଜମାନତ୍ ନେଇ ପାରିବେ କିନ୍ତୁ କୋର୍ଟ ର ସର୍ତ୍ତ ଅନୁସାରେ। ସୂଚନାଯୋଗ୍ୟ ଯେ ଭାରତ ରୁ ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରେ ଏକ ଟିମ୍ ଲଣ୍ଡନ ଗସ୍ତ ରେ ଯିବେ। ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୀରବ ମୋଦି ମାମଲା କୁ ଲଗାତାର ଲଣ୍ଡନ ଅଥରିଟି ଏବଂ ଲଣ୍ଡନ ରେ ଥିବା ଭାରତୀୟ ହାଇ କମିଶନର ଙ୍କ ସହିତ ସମ୍ପର୍କ ରେ ଅଛନ୍ତି।

ଲଣ୍ଡନ ରାସ୍ତା ରେ ନୀରବ ବୁଲୁଥିବାର ଦେଖିବା ପରେ ଭାରତୀୟ ବିଦେଶ ମନ୍ତ୍ରଣାଳୟ ର ପ୍ରବକ୍ତା ରାବିସ୍ କୁମାର କହିଥିଲେ ଯେ, ସେ ନିରବ ମୋଦି ଙ୍କୁ ପ୍ରତ୍ୟାରପଣ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କିନ୍ତୁ ଲଣ୍ଡନ ପୋଲିସ ନୀରବ ଙ୍କୁ ଗିରଫ କରିବା ପରେ ସେ ସଙ୍ଗେ ସଙ୍ଗେ ଭାରତ ଆସିପାରିବେ ନାହିଁ। ସେଥି ପାଇଁ କିଛି ପ୍ରକ୍ରିୟା ରହିଛି। ସେହି ପ୍ରକ୍ରିୟା ଅନୁଯାୟୀ କର୍ଯ୍ୟାନୁଷ୍ଠାନ ନିଆଯିବ।

Leave a Reply

Your email address will not be published. Required fields are marked *